ଓଡିଶା

odisha

ETV Bharat / city

ଲୋକସେବା ଭବନରେ ସମ୍ବର୍ଦ୍ଧିତ ହେଲେ ଓଡିଆ ଯବାନ ସଂଗ୍ରାମ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି ଓଡିଆ ଯବାନ ସଂଗ୍ରାମ ଜେନା । ରୟାଲ ଏନଫିଲ୍ଡ ଗାଡ଼ିରେ ଲାଗିଥିବା 11 ଫୁଟ ସିଡିରେ 128 କିଲୋମିଟର ଓଲଟା ଯାଇ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ସେ ।

By

Published : Dec 3, 2019, 2:28 PM IST

Odia jawan honored by cm naveen patnaik
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି ଓଡିଆ ଯବାନ ସଂଗ୍ରାମ ଜେନା । ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରି ସେ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
11 ଫୁଟ ସିଡିରେ 128 କିଲୋମିଟର ଓଲଟା ଯାଇ ସଂଗ୍ରାମଙ୍କ ବିଶ୍ବ ରେକର୍ଡ
ଦୁଃସାହାସିକ କ୍ରୀଡା ପ୍ରଦର୍ଶନ କରି ସଂଗ୍ରାମଙ୍କ ବିଶ୍ବ ରେକର୍ଡ

ସୂଚନାନୁସାରେ, ଯାଜପୁର ବରୀ ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମର ଯୁବକ ତଥା ଭାରତୀୟ ସେନାରେ କାର୍ଯ୍ୟରତ ଯବାନ ସଂଗ୍ରାମ କେଶରୀ ଜେନା । ରୟାଲ ଏନଫିଲ୍ଡ ଗାଡ଼ିରେ ଲାଗିଥିବା 11 ଫୁଟ ସିଡିରେ 128 କିଲୋମିଟର ଓଲଟା ଯାଇ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ସେ । ବିଶ୍ବ ରେକର୍ଡ ସ୍ଥାପନ ପୂର୍ବକ ତାଙ୍କ ନାଁ ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି ।

ସମ୍ବର୍ଦ୍ଧିତ ହେଲେ ସଂଗ୍ରାମ

ସେନାର ସିଗ୍ନାଲ ବିଭାଗରେ କାର୍ଯ୍ୟରତ ସଂଗ୍ରାମ ଡେୟାର ଡେଭିଲ ଟିମ୍‌ରେ ସାମିଲ ହୋଇ ମଧ୍ୟପ୍ରଦେଶର ଜବଲପୁର ଠାରେ ଆୟୋଜିତ ଏକ ଡେୟାର ଡେଭିଲ ଶୋ'ରେ ଅଂଶଗ୍ରହଣ କରିଥିଲେ । ଚଳନ୍ତା ବୁଲେଟ୍‌ ଗାଡିରେ 11 ଫୁଟ ଉଚ୍ଚ ସିଡି ଉପରେ ସେ ଓଲଟା ଠିଆ ହୋଇ ୪ ଘଣ୍ଟା ୨୯ ମିନିଟ୍ ୪୫ ସେକେଣ୍ଡ୍‌ରେ ୧୨୮ କିଲୋମିଟର ପରିକ୍ରମା କରିଥିଲେ । ଯାହା ତାଙ୍କୁ ଆଜି ଏହି ରେକର୍ଡର ଅଧିକାରୀ କରିପାରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲେ ଓଡିଆ ଯବାନ ସଂଗ୍ରାମ ଜେନା
ରୟାଲ ଏନଫିଲ୍ଡ ଗାଡ଼ିରେ ଲାଗିଥିବା 11 ଫୁଟ ସିଡି

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details