ଓଡିଶା

odisha

ETV Bharat / city

ଓଡିଆ IFS ଅଧିକାରୀ ଦିନେଶ ପଟ୍ଟନାୟକ ହେଲେ ସ୍ପେନ ରାଷ୍ଟ୍ରଦୂତ - new Spanish ambassador

ଓଡିଆ IFS ଅଧିକାରୀ ଦିନେଶ କୁମାର ପଟ୍ଟନାୟକଙ୍କୁ ଗୁରୁ ଦାୟିତ୍ବ । ସ୍ପେନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କଲେ କେନ୍ଦ୍ର ସରକାର । ପୂର୍ବରୁ ବୈଦେଶିକ ସେବାରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇ ସାରିଛନ୍ତି ଦିନେଶ । ଅଧିକ ପଢନ୍ତୁ..

ଓଡିଆ IFS ଅଧିକାରୀ ଦିନେଶ ପଟ୍ଟନାୟକ ହେଲେ ସ୍ପେନ ରାଷ୍ଟ୍ରଦୂତ
ଓଡିଆ IFS ଅଧିକାରୀ ଦିନେଶ ପଟ୍ଟନାୟକ ହେଲେ ସ୍ପେନ ରାଷ୍ଟ୍ରଦୂତ

By

Published : Nov 1, 2021, 9:07 PM IST

ଭୁବନେଶ୍ବର: ଆଉ ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ । ଓଡିଆ IFS ଅଧିକାରୀ ଦିନେଶ କୁମାର ପଟ୍ଟନାୟକଙ୍କୁ ସ୍ପେନର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦେଇଛନ୍ତି ଭାରତ ସରକାର । ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ସୂଚନା ଦିଆଯାଇଛି ।

ଓଡିଆ IFS ଅଧିକାରୀ ଦିନେଶ ପଟ୍ଟନାୟକ ହେଲେ ସ୍ପେନ ରାଷ୍ଟ୍ରଦୂତ

୧୯୯୦ ବ୍ଯାଚର IFS ଅଧିକାରୀ ଦିନେଶ ଏବେ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ (ICCR)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବାବେଳେ ଖୁବ୍ ଶୀଘ୍ର ଏହି ନୂଆ ଦାୟିତ୍ବରେ ଅବସ୍ଥାପିତ ହେବେ । ପୂର୍ବରୁ ସେ ଜେନେଭା, ଢାକ୍କା, ବେଜିଂ ଓ ଭିଏନାସ୍ଥିତ ଭାରତୀୟ ଦୂତାବାସରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ କାର୍ଯ୍ୟ କରିଆସିଛନ୍ତି । ଏହା ସହ ସେ ୟୁରୋପ, ଆଫ୍ରିକା ଓ ଜାତିସଂଘର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମଧ୍ୟ ଦାୟିତ୍ବ ସମ୍ଭାଳିଛନ୍ତି ।

ସେ ୨୦୦୯ରୁ ୨୦୧୨ ଯାଏଁ ଭିଏନାରେ ଡେପୁଟି ଆମ୍ବାସାଡର ଭାବେ ଦାୟିତ୍ବରେ ଥିବାବେଳେ ୨୦୧୨ରୁ ୨୦୧୫ ଯାଏଁ କାମ୍ବୋଡିଆର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟଭାର ତୁଲାଇଥିଲେ । ସେହିପରି ୨୦୧୬ ରୁ ୨୦୧୮ ଯାଏ ସେ ଲଣ୍ଡନରେ ଭାରତର ଡେପୁଟି ହାଇକମିଶନର ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ । କୋଲକାତା IIMରୁ ମାଷ୍ଟର୍ସ ଡିଗ୍ରି ହାସଲ କରିଥିବା ଦିନେଶ ଭିଏନା ବିଶ୍ବବିଦ୍ୟାଳୟରୁ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details