ଓଡିଶା

odisha

ETV Bharat / city

ବାଇକରେ 5000 କିଲୋମିଟର ଯାତ୍ରା; ଓଡିଆ ପୁଅ ବାଣ୍ଟିବେ ପରିବେଶ ସୁରକ୍ଷା ବାର୍ତ୍ତା - ରାଜଧାନୀର ସିଦ୍ଧାର୍ଥ ଶଙ୍କର ପଣ୍ଡା

ଅରୁଣାଚଳର ତାଇୱାଙ୍ଗ ପର୍ଯ୍ୟନ୍ତ ବାଇକରେ 5000 କିଲୋମିଟର ଯାତ୍ରା କରିବେ ଭୁବନେଶ୍ବରର ସିଦ୍ଧାର୍ଥ ଶଙ୍କର ପଣ୍ଡା । ଏହାସହ ସେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିବେ। ଅଧିକ ଖବର ପଢନ୍ତୁ...

ଅରୁଣାଞ୍ଚଳ ଅଭିମୁଖେ ଓଡିଆ ପୁଅ, ବାଣ୍ଟିବେ ପରିବେଶ ସୁରକ୍ଷାର ବାର୍ତ୍ତା

By

Published : Nov 10, 2019, 11:10 PM IST

ଭୁବନେଶ୍ବର: ଅରୁଣାଞ୍ଚଳ ଅଭିମୁଖେ ବାହାରିଛନ୍ତି ଓଡିଆ ପୁଅ ସିଦ୍ଧାର୍ଥ ଶଙ୍କର ପଣ୍ଡା । ସେ ରାଜଧାନୀ ଭୁବନେଶ୍ବରର ଜଣେ ଯୁବ ସମାଜସେବୀ । ଅରୁଣାଞ୍ଚଳର ତାଇୱାଙ୍ଗ ପର୍ଯ୍ୟନ୍ତ ବାଇକରେ ପ୍ରାୟ 5000 କିଲୋମିଟର ଯାତ୍ରା କରିବାକୁ ସିଦ୍ଧାର୍ଥ ଯୋଜନା କରିଛନ୍ତି ।

ଅରୁଣାଞ୍ଚଳ ଅଭିମୁଖେ ଓଡିଆ ପୁଅ, ବାଣ୍ଟିବେ ପରିବେଶ ସୁରକ୍ଷାର ବାର୍ତ୍ତା

ସିଦ୍ଧାର୍ଥ କୁହନ୍ତି, "ବର୍ତ୍ତମାନ ଆମେ ହିଁ ଆମ ପୃଥିବୀର ଶେଷ ବଂଶଜ । ଆମେ ଚାହିଁଲେ ହିଁ ଆମ ପୃଥିବୀ ସମ୍ପୂର୍ଣ୍ଣ ଭାବରେ ଧ୍ବସଂ ହେବାରରୁ ବଞ୍ଚାଇପାରିବା । ଆଗରୁ ଅନେକ ଜଣ ସୋସିଆଲ ମ୍ୟାସେଜ ନେଇ ବାଇକରେ ଯାତ୍ରା କରସାରିଛନ୍ତି ଯାହା ଜନସଚେତନତା ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।"

ସୂଚନା ଅନୁସାରେ, ଚଳିତଥର ସିଦ୍ଧାର୍ଥ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ରାଜଧାନୀରୁ ତାଇୱାଙ୍ଗ ପର୍ଯ୍ୟନ୍ତ ଯାତ୍ରା କରୁଛନ୍ତି । ଏହାସହ ବାଇକରେ 5000 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ବାଣ୍ଟିବେ ପରିବେଶ ପାଇଁ ସୁରକ୍ଷାର ବାର୍ତ୍ତା।

ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details