ଭୁବନେଶ୍ବର: ଅଗଷ୍ଟ 4 ରୁ 8 ତାରିଖ ମଧ୍ୟରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା TIARA MISS INDIA TEEN 2021 ପ୍ରତିଯୋଗିତାରେ ଟାଇଟଲ୍ ହାତେଇଲେ ଓଡିଆ ଝିଅ । ଓଡିଶାର ଲାବନ୍ୟା ଦାସ ଟିନ ବର୍ଗରେ ସୁପ୍ରା GRAND INTERNATIONAL ଟାଇଟଲ ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗିତାରେ ବିଭନ୍ନ ରାଜ୍ୟର 18 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ସଫଳତା ପରେ ଭାରତକୁ ପ୍ରତିନିଧିତ୍ବ କରି ଅନ୍ତର୍ଜାତୀୟ Tiara Pageant ରେ ଭାଗ ନେବେ ।
TIARA MISS INDIA TEEN: ମିସ ଇଣ୍ଡିଆ ଟିନ୍ ମୁକୁଟ ପିନ୍ଧିଲେ ଓଡିଆ ଝିଅ - ଟିଆରା ମିସ୍ ଇଣ୍ଡିଆ ଟିନ୍ ବିଜେତା
ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା TIARA MISS INDIA TEEN 2021 ପ୍ରତିଯୋଗିତାରେ ଟାଇଟଲ୍ ହାତେଇଲେ ଓଡିଆ ଝିଅ । ଅଧିକ ପଢନ୍ତୁ...
TIARA MISS INDIA TEEN, ମୁକୁଟ ପିନ୍ଧିଲେ ଓଡିଆ ଝିଅ
TIARA MISS INDIA TEEN, ମୁକୁଟ ପିନ୍ଧିଲେ ଓଡିଆ ଝିଅ
ତେବେ ଏହି ସଫଳତା ପରେ ଭାରତକୁ ପ୍ରତିନିଧିତ୍ବ କରି ଲାବନ୍ୟା ଅନ୍ତର୍ଜାତୀୟ Tiara Pageant ରେ ଭାଗ ନେବେ । ଆଗକୁ ଅନ୍ତର୍ଜାତୀୟସ୍ତରରେ ସୁପ୍ରା GRAND INTERNATIONAL ଟାଇଟଲ କାର୍ଯ୍ୟକ୍ରମ ରହି ଥିବାବେଳେ ଭାରତକୁ ପ୍ରତିନିଧିତ୍ବ କରି ନିଜର ଅଭ୍ୟାସ ଓ ଅନୁଭୂତିକିକୁ ନେଇ ବିଜୟ ହେବାର ଆଶା ରଖିଛନ୍ତି ଲାବନ୍ୟା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ