ଓଡିଶା

odisha

ETV Bharat / city

ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମହାବାହୁ - ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ମହାବାହୁ

ରିଲିଜ ହେଲା ଓଡିଆ ଚଳଚ୍ଚିତ୍ର ମହାବାହୁ । ଆର ଆର ଇଭେଣ୍ଟସ୍ ଓ ଷ୍ଟୁଡିଓ 365 ନିବେଦିତ ସିନେମା ଆଜି ପରଦାକୁ ଓହ୍ଲାଇଛି । ଅଧିକ ପଢ଼ନ୍ତୁ

ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମହାବାହୁ
ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମହାବାହୁ

By

Published : Sep 6, 2022, 7:20 AM IST

ଭୁବନେଶ୍ବର: ବଡ଼ ପରଦାରେ ନୂଆ ଓଡିଆ ଚଳଚିତ୍ର ମହାବାହୁ । ଆରଆର ଇଭେଣ୍ଟସ୍ ଓ ଷ୍ଟୁଡିଓ 365 ନିବେଦିତ ସିନେମାଟି ଓଡିଆ କାହାଣୀକୁ ନେଇ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ମହାବାହୁ । ଫିଲ୍ମରେ କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର ଶ୍ରୀ ଜଗନ୍ନାଥଙ୍କୁ ଆଧାର କରି ସିନେମାଟି ପ୍ରସ୍ତୁତ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତା ଆକାଶ ଦାସ ନାୟକ ଓ ଅଭିନେତ୍ରୀ ପୁନମ ମିଶ୍ର ।

ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମହାବାହୁ

ସେହିପରି ଅଭିନେତା ଶ୍ରୀତମ ଦାସଙ୍କୁ ଏକ ଭିନ୍ନ ଚରିତ୍ରରେ ଏଠାରେ ଦେଖିବାକୁ ମିଳିଛି । ଫଲ୍ମରେ ଅନ୍ୟ କଳାକାରଙ୍କ ଭିତରେ ଉଷସୀ ମିଶ୍ର, ହରିହର ମହାପାତ୍ର, ତନୁଶ୍ରୀ ଦାସ ଭଳି ଅନେକ ଜଣାଶୁଣା କଳାକାର ଏଥିରେ ଅଭିନୟ କରିଛନ୍ତି । ସିନେମାରେ ପ୍ରଯୋଜନା ଦେଇଛନ୍ତି ରମେଶ ବାରିକ ଓ କେ.ତମନ୍ନା । ଶ୍ରୀତମ ଦାସ ଏହାର ନିଦ୍ଦେର୍ଶନା ଦେଇଥିବା ବେଳେ ସଂଗୀତ ନିଦ୍ଦେର୍ଶନା ଦେଇଛନ୍ତି ପ୍ରେମାନନ୍ଦ ।

ଆଉ ଏହି ଚଳଚିତ୍ରରେ ସବୁ ଗୀତ ଗୁଡିକ ବେଶ ମନକୁ ଛୁଇଁଥିବାବେଳେ, ଶ୍ରୀତମ ଦାସଙ୍କ ଝିଅ ଲିପାକ୍ଷ୍ୟା ଅଭିନୟରେ ନୂଆକରି ପାଦ ଥାପିଛନ୍ତି । ମହାପ୍ରଭୁଙ୍କ କାହାଣୀକୁ ନେଇ ଆଧାରିତ ହୋଇଥିବା ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବେଶ ଆତ୍କୃଷ୍ଟ କରିବ ବୋଲି କଳାକାରମାନେ ଆଶା ରଖିଛନ୍ତି । ତେବେ ନୂଆ ରୂପରେ ଶ୍ରୀତମ ଦାସଙ୍କ ଝିଅ ଲିପାକ୍ଷ୍ୟା ଅତି ନିଖୁଣ ଅଭିନୟ କରିଛନ୍ତି । ଅନ୍ୟପଟେ ପ୍ରଥମ ଦିନରେ ହଲ୍ ଦର୍ଶକଙ୍କୁ ନେଇ ହାଉସଫୁଲ ରହିଥିଲା ।

ଦୀର୍ଘ ଦୁଇବର୍ଷ ପରେ ଏଭଳି ଏକ ସିନେମା ପରଦା ଉପରକୁ ଆସିଛି ଯାହା ସମ୍ପୂର୍ଣ୍ଣ ଭକ୍ତି ପୂର୍ଣ୍ଣ ସହ ଲୋକଙ୍କୁ ମନୋରଞ୍ଜନ ଦେଲା ଭଳିଆ କମେଡି, ରୋମାନ୍ସ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରରେ ଅଭିନେତା ଆକାଶ ଏବଂ ଅଭିନେତ୍ରୀ ପୁନମଙ୍କ ଭୂମିକା ମଧ୍ୟ ଦମଦାର ରହିଛି । ସେହିପରି ହାସ୍ୟ ଅଭିନେତା ହରି, ଅଭିନେତ୍ରୀ ଉଷସୀଙ୍କ ଅଭିନୟ ଖୁବ ଆକର୍ଷଣୀୟ ରହିଛି । ଏହି ସିନେମାକୁ ଦେଖିବା ପାଇଁ ସମସ୍ତ କଳାକାରମାନେ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି । ଓଡିଆ ସିନେମା ଦେଖିଲେ ଆମ କଳା ଆମ ପରମ୍ପରା ଓ ପରିଚୟର ବିକାଶ ହେବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details