ଓଡିଶା

odisha

ETV Bharat / city

ବିଦେଶ ଆକାଶରେ ଉଡିଲା ରଙ୍ଗ, ଆମେରିକାରେ ହୋଲି ଖେଳିଲେ ଓଡିଆ - ଆମେରିକାରେ ହୋଲି

ଜନ୍ମ ମାଟିରେ ନହେଲା ନାହିଁ କର୍ମଭୂମିରେ ହୋଲି ପାଳିଲେ ଓଡିଆ । ଉତ୍ସାହ ଓ ଉଦ୍ଦୀପନାର ସହ ଆମେରିକାରେ ହୋଲି ପାଳିଛନ୍ତି ପ୍ରବାସୀ ଓଡିଆ । ଆମେରିକା କାନସାସ୍ ସ୍ଥିତ ପ୍ରବାସୀ ଓଡିଆ ସମାଜ ରଙ୍ଗର ପର୍ବରେ ରଙ୍ଗୀନ ହୋଇଛନ୍ତି । ଅଧିକ ପଢନ୍ତୁ

ବିଦେଶ ଆକାଶରେ ଉଡିଲା ରଙ୍ଗ, ଆମେରିକାରେ ହୋଲି ଖେଳିଲେ ଓଡିଆ
ବିଦେଶ ଆକାଶରେ ଉଡିଲା ରଙ୍ଗ, ଆମେରିକାରେ ହୋଲି ଖେଳିଲେ ଓଡିଆ

By

Published : Mar 19, 2022, 10:44 PM IST

Updated : Mar 19, 2022, 11:00 PM IST

କାନସାସ୍ (ଆମେରିକା): ଜନ୍ମ ମାଟିରେ ନହେଲା ନାହିଁ କର୍ମଭୂମିରେ ପାଳିଲେ ପର୍ବ । ଉତ୍ସାହ, ଉଦ୍ଦୀପନା ଆଉ ପ୍ରବଳ ଉନ୍ମାଦନରେ ଫାଟିପଡିଲା ପରିବେଶ । ନିଆରା ଢଙ୍ଗରେ ସାତ ଦରିଆପାରରେ ଦେଶୀ ଷ୍ଟାଇଲରେ କଲେ ସେଲିବ୍ରେସନ । ରଙ୍ଗର ପର୍ବ ପବିତ୍ର ହୋଲି । ରଙ୍ଗରେ ରଙ୍ଗୀନ ହୋଇ ଆତ୍ମୀୟଙ୍କୁ ଶୁଭେଚ୍ଛା ଏବଂ ମିଠା ଖୁଆଇ ରଙ୍ଗ ବୋଳି ପାଳନ ହୋଇଥାଏ ହୋଲି ପର୍ବ ।

ବିଦେଶ ଆକାଶରେ ଉଡିଲା ରଙ୍ଗ, ଆମେରିକାରେ ହୋଲି ଖେଳିଲେ ଓଡିଆ


ହେଲେ ଜନ୍ମ ମାଟିରେ ନୁହେଁ, ବରଂ ବିଦେଶରେ ହୋଲି ଉତ୍ସବକୁ ଧୁମଧାମରେ ପାଳନ କରିଛନ୍ତି । ରଙ୍ଗୀନ ମାହୋଲରେ ପବିତ୍ର ଦୋଳ ପୂର୍ଣ୍ଣିମା ଏବଂ ହୋଲି ବେଶ ଜାକଜମକରେ ପାଳନ ହୋଇଛି । ଯାହା ବିଦେଶୀ ମାଟିରେ ଓଡିଆ ସଂସ୍କୃତିକୁ ଅତି ସୁନ୍ଦର ଭାବରେ ପ୍ରତିଫଳିତ କରିଛି ।

ବିଦେଶ ଆକାଶରେ ଉଡିଲା ରଙ୍ଗ, ଆମେରିକାରେ ହୋଲି ଖେଳିଲେ ଓଡିଆ


ଆମେରିକା କାନସାସ୍ ସ୍ଥିତ ପ୍ରବାସୀ ଓଡିଆ ସମାଜ ରଙ୍ଗର ପର୍ବରେ ରଙ୍ଗୀନ ହୋଇଛନ୍ତି । କର୍ମମୟ ଜୀବନରୁ ସମୟ କାଢି ଅସ୍ମୀତା ଏବଂ ସଂସ୍କୃତିର ପରିବାହକ ହୋଲି ପର୍ବକୁ ବିଦେଶରେ ମନାଇଛନ୍ତି । ରଙ୍ଗ ବେରଙ୍ଗର ଅବିର ମାଖି, ଆନନ୍ଦ ଉତ୍ସାହର ସହିତ ହୋଲି ଖେଳିଛନ୍ତି ।

ବିଦେଶ ଆକାଶରେ ଉଡିଲା ରଙ୍ଗ, ଆମେରିକାରେ ହୋଲି ଖେଳିଲେ ଓଡିଆ
ଏହା ସହିତ ବଲିଉଡ ସଙ୍ଗର ତାଳେ ତାଳେ ନାଚି ନାଚି ଅତି ବିଭୋର ମନରେ ପରସ୍ପର ରଙ୍ଗ ମାଖିଛନ୍ତି ସଭିଁଏ । କି ପାଲା, କି ବୟସ୍କ, ସମସ୍ତେ ହୋଲିର ମାହୋଲକୁ ମନଭରି ଉପଭୋଗ କରିଛନ୍ତି । ତେବେ ଖରାପ ପାଗ ଏବଂ ବର୍ଷା କାରଣରୁ ବାହାରେ ନହେଲା ନହିଁ ଘର ଭିତରେ ରଙ୍ଗୀନ ହୋଇଛନ୍ତି ସଭିଁଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 19, 2022, 11:00 PM IST

ABOUT THE AUTHOR

...view details