ଭୁବନେଶ୍ବର:ବେଙ୍ଗାଲୁରୁରେ ମୃତ ଓଡ଼ିଆ ଇଞ୍ଜିନିୟରଙ୍କ ମୃତଦେହ ଜନ୍ମମାଟିକୁ ଆଣିବାରେ ସହାୟତା କଲା ଓଡ଼ିଶା ମୋ ପରିବାର । ବେଙ୍ଗାଲୁରୁ ନିକଟସ୍ଥ ମାଣ୍ଡାଠାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଇଞ୍ଜିନିୟର ଅବିନାଶ ଦାସଙ୍କ ମୃତ ଶରୀର ନିଜ ଜନ୍ମମାଟିକୁ ଅଣାଯାଇଛି । ଭୁବନେଶ୍ବର ବିମାନବନ୍ଦରରେ ମୃତଦେହ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ସହାୟତାରେ ଭଦ୍ରକସ୍ଥିତ ନିଜ ଗ୍ରାମକୁ ପଠାଯାଇଛି ।
ଓଡ଼ିଶା ମୋ ପରିବାର ସହାୟତାରେ ଜନ୍ମମାଟିକୁ ଫେରିଲା ଓଡ଼ିଆ ଇଞ୍ଜିନିୟରଙ୍କ ମୃତଦେହ - engineer deadbody returns to odisha
ଜନ୍ମମାଟିକୁ ଫେରିଲା ବେଙ୍ଗାଲୁରୁରେ ମୃତ ଓଡ଼ିଆ ଇଞ୍ଜିନିୟରଙ୍କ ମୃତଦେହ । ମୃତକ ଭଦ୍ରକର ନିରଞ୍ଜନ ଦାସଙ୍କ ୨୬ ବର୍ଷୀୟ ପୁଅ ଅବିନାଶ ଦାସ । ଅଧିକ ପଢନ୍ତୁ...
ଭଦ୍ରକର ନିରଞ୍ଜନ ଦାସଙ୍କର ୨୬ ବର୍ଷୀୟ ପୁଅ ଅବିନାଶ ବେଙ୍ଗାଲୁରୁସ୍ଥିତ ଡିବିଏଲ୍ କମ୍ପାନୀରେ ସାଇଟ୍ ଇଞ୍ଜିନିୟର ଭାବେ କାମ କରୁଥିଲେ । ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ମହୀଶୂର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ୧୨ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଦୁଃଖରେ ମ୍ରିୟମାଣ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛାପ୍ରକାଶ କରିଥିଲେ । ସେହିଦିନ ତାଙ୍କର ହାର୍ଟ ଅନ୍ୟ ଜଣଙ୍କ ଠାରେ ରୋପଣ ହୋଇ ତାଙ୍କ ଜୀବନ ବଞ୍ଚାଇ ରକ୍ଷା କରାଯାଇଥିଲା । ଅଙ୍ଗଦାନ କରିଥିବା ମୃତ ଅବିନାଶ ଓ ତାଙ୍କ ପରିବାର ଲୋକଙ୍କୁ ହସ୍ପିଟାଲ୍ ପକ୍ଷରୁ ବେଙ୍ଗାଲୁରୁରୁ ଭୁବନେଶ୍ଵର ଆଣିବାର ବ୍ୟବସ୍ଥା କରାଯାଇଥିଲା ।
ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ