ଓଡିଶା

odisha

By

Published : Jul 11, 2022, 10:07 PM IST

ETV Bharat / city

ଓଡ଼ିଆ ଭାଷାରେ ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚିତ

ଉନ୍ମୋଚିତ ହେଲା 'ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ନେତା ହେବା ଓ ବିଜେପିର ଯାତ୍ରା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଅଧିକ ପଢନ୍ତୁ

ଓଡ଼ିଆ ଭାଷାରେ ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚିତ
ଓଡ଼ିଆ ଭାଷାରେ ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ଓଡ଼ିଆ ଭାଷାରେ ଉନ୍ମୋଚିତ ହେଲା 'ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକ । ଭୁବନେଶ୍ବର ସ୍ଥିତ ଘରୋଇ ହୋଟେଲରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି ପୁସ୍ତକରେ ଅମିତ ଶାହଙ୍କ ଜୀବନରେ ଅନେକ ରହସ୍ୟ ଓ ରୋଚକ ବିଷୟରେ ଉଲ୍ଲେଖ କରାଯାଇଛି ।

ଓଡ଼ିଆ ଭାଷାରେ ଅମିତ ଶାହ ଓ ବିଜେପିର ଯାତ୍ରା ପୁସ୍ତକ ଉନ୍ମୋଚିତ

କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, " ବିଜେପି ଏବେ ରାଜ୍ୟର ୨ ନଂ ଦଳ । ଅନେକ ସମାଲୋଚକ କହୁଛନ୍ତି କେବେ ଏକ ନମ୍ବର ଦଳ ହେବ । ଏକ ନମ୍ବର ହେବା ପାଇଁ ଦଳ ପ୍ରକ୍ରିୟା ଜାରି ରଖିଛି । ରାଜ୍ୟର ଜନ କଲ୍ୟାଣ ପାଇଁ ବିଜେପିକୁ ସେବା କରିବାର ସୁଯୋଗ ମିଳିବ । ବିଜେପି ଗୋଟିଏ ସମୟରେ ୧୨ରୁ ୧୪ ପ୍ରତିଶତ ଭୋଟ ପାଉଥିଲା । ଏବେ ୩୦ରୁ ୩୮ ପ୍ରତିଶତ ଭୋଟ ପାଇବାରେ ସକ୍ଷମ ହୋଇଛି । ସୌମ୍ୟରଞ୍ଜନ ଯେଉଁ ଲାଭାର୍ଥି କଥା କହୁଛନ୍ତି, ତାହା ହେଲା ଗରିବ ଲୋକଙ୍କ ପାଖରେ ଘର-ଜଳ ପହଞ୍ଚାଇବା । କେଵଳ ଶାସନକୁ ଉପଭୋଗ ନୁହେଁ, ଲୋକଙ୍କୁ ଯୋଡିବାର ମନ୍ତ୍ର ଏହି ବହିରେ ଅଛି । ୧୮୧୭ ହିଁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମ ।"

'ଅମିତ ଶାହ ଓ ବିଜେପିର ଯାତ୍ରା' ପୁସ୍ତକର ମୂଳ ଇଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ଅନିର୍ବାଣ ଗାଙ୍ଗୁଲି ଏବଂ ଶିବାନନ୍ଦ ଦ୍ବିବେଦୀ । ଆଜି ବହିର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହୋଇଛି । ମୁଖ୍ୟ ଅତିଥି ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ସାମ୍ବାଦିକ ସ୍ବପନ ଦାସଗୁପ୍ତା, ପୁସ୍ତକ ଲେଖକ ଅନିର୍ବାଣ ଗାଙ୍ଗୁଲି ଏବଂ ଶିବାନନ୍ଦ ଦ୍ବିବେଦୀ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ।

ପୁସ୍ତକରେ ଅମିତ ଶାହଙ୍କ ଜୀବନରେ ଅନେକ ରହସ୍ୟ ଓ ରୋଚକ ବିଷୟରେ ଉଲ୍ଲେଖ କରାଯାଇଛି । ବୁଥ୍ କାର୍ଯ୍ୟକର୍ତ୍ତାରୁ ବିଶ୍ବର ସବୁଠୁ ବଡ଼ ରାଜନୈତିକ ଦଳର ଜାତୀୟ ସଭାପତିର ଯାତ୍ରାକୁ ପୁସ୍ତକରେ ନିଖୁଣ ଭାବରେ ଉପସ୍ଥାପନ କରାଯାଇଛି । ୮୦ ଦଶକର ପ୍ରାରମ୍ଭରେ ଜଣେ ବୁଥ୍ କାର୍ଯ୍ୟକର୍ତ୍ତା ଭାବରେ ସକ୍ରିୟ ରାଜନୀତି ଆରମ୍ଭ କରିଥିବା ଶାହଙ୍କ କାହାଣୀକୁ ଲକ୍ଷ ଲକ୍ଷ ବିଜେପି କର୍ମୀ ଅନୁଭବ କରିପାରିବେ ବୋଲି ଲେଖକ ଓ ପ୍ରକାଶନ ସଂସ୍ଥା ପକ୍ଷରୁ କୁହାଯାଇଛି ।

ଏହି କାର୍ଯ୍ୟକ୍ରମରେ ସମ୍ବାଦ ଖବର କାଗଜ ସମ୍ପାଦକ ତଥା ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, "ରାଜନୀତି ଏକ ପାର୍ଟ ଟାଇମ ଜବ୍ ନୁହେଁ । ରାଜନୀତିକୁ ବୃତ୍ତି କରି ୨୪*୭ କାମ କରିବାକୁ ପଡ଼ିବ । ଯାହାକି ବହିରେ ଉଲ୍ଲେଖ ଅଛି । ଗଣତନ୍ତ୍ର ଓ ରାଜନୀତି ସମ୍ପର୍କରେ ରାଜନୀତି ବିଜ୍ଞାନରେ ଯାହା ସବୁ ପଢା ଯାଉଥିଲା ସେ ସବୁ ଆଉ ଘଟୁ ନାହିଁ । ନିର୍ବାଚନ ଜିତିବା ହେଉଛି ସବୁ ରାଜନୈତିକ ଦଳର ଲକ୍ଷ୍ୟ । ଯଦି ଏଥିରେ ସଂସ୍କାର ନଆସିବ ତାହେଲେ ଗଣତନ୍ତ୍ର ବେଶୀ ଦିନ ତିଷ୍ଠି ପାରିବ ନାହିଁ । ସରପଞ୍ଚ ଜିତିବା ପାଇଁ ମଧ୍ୟ ୩୦ରୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଜିତିବା ପାଇଁ ନେତାଙ୍କର ଆଚରଣ ଓ ଉଚ୍ଚାରଣ ବଦଳି ଯାଉଛି ।"

ଅମିତ ଶାହ ୟୁପି ଜିତିବା ପଛରେ ସୋସିଆଲ୍ ଇଞ୍ଜିନିୟରିଂ ପ୍ରମୁଖ କାରଣ । ଭାଷା, ଜାତି, ଧର୍ମକୁ ପଛରେ ପକାଇ ହିତାଧିକାରୀ (ଲାଭାର୍ଥି) ବର୍ଗ ତିଆରି କରିବାକୁ ପଡ଼ିବ । ଯାହାଦ୍ବାରା ୩୦ ପ୍ରତିଶତ ଭୋଟ କେହି କାଟିପାରିବେ ନାହିଁ । ରାଜନୀତିରେ ଅର୍ଥର ପ୍ରଭାବକୁ ବାଦ ଦେଇ ସମର୍ପଣ ଭାବ ସହ ତୃଣମୂଳ ସ୍ତରରେ ଯୋଡ଼ି ହେବା । ନିର୍ବାଚନରେ ମାତ୍ର ୧୦ ହଜାର ଭୋଟ ବି ଯେଉଁମାନେ ପାଉନାହାନ୍ତି ତାଙ୍କୁ ପରବର୍ତ୍ତୀ ନିର୍ବାଚନରେ ଟିକେଟ ଦେବା ଅନୁଚିତ । ଏଭଳି ପଦକ୍ଷେପ ରାଜନୈତିକ ଦଳ ମାନଙ୍କୁ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details