ଭୁବନେଶ୍ବର: ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇ ସାରିଛନ୍ତି ଓଡିଶା ଝିଅ ଦ୍ରୌପଦୀ ମୁର୍ମୁ । ମ୍ୟାଡାମ୍ ପ୍ରେସିଡେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ରାଜ୍ୟବାସୀ ଗର୍ବିତ । ସାରା ରାଜ୍ୟରେ ଚାଲିଥିଲା ଉତ୍ସବ । ପାଳନ ହେଉଥିଲା ଖୁସିର ପର୍ବ । ହେଲେ ଆଉ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଖବର । ଖୁସି ଖବର ହେଉଛି ଗତକାଲି ଶପଥ ଗ୍ରହଣ ଉତ୍ସବ ବେଳେ ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କୁ ନ୍ୟାସନାଲ ସାଲ୍ୟୁଟ (ଜାତୀୟ ସାଲ୍ୟୁଟ/ରାଷ୍ଟ୍ରୀୟ ସଲାମୀ) ଦେବାବେଳେ କମାଣ୍ଡ ଦେଇଥିବା କର୍ଣ୍ଣେଲ ହେଉଛନ୍ତି ମଧ୍ୟ ଜଣେ ଓଡିଆ । ଆଉ ଏହି ଓଡିଆ ସେନା ଅଧିକାରୀ ହେଉଛନ୍ତି ଓଡିଆ ପୁଅ କର୍ଣ୍ଣେଲ ଷ୍ଟାଲିନ ମହାନ୍ତି (Colonel Stalin Mohanty) ।
ଖାଲି ଏତିକି ନୁହେଁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଦିଆଯାଇଥିବା ଗାର୍ଡ ଅଫ ଅନର ବେଳେ ମୁର୍ମୁଙ୍କ ପ୍ୟାରେଡ ଗାଡି ପଛରେ ଛିଡା ହୋଇଥିଲେ ଷ୍ଟାଲିନ ମହାନ୍ତି । ଯାହାକୁ ନେଇ ଏବେ ରାଜ୍ୟବାସୀ ବେଶ ଖୁସି ।