ଓଡିଶା

odisha

ETV Bharat / city

ଅଭିନେତା ସବ୍ୟସାଚୀଙ୍କ ପାଇଁ ବେଙ୍ଗାଲୁରୁରୁ ଫେରିଲେ ପ୍ରବାସୀ ଶ୍ରମିକ

ଇଟାଭାଟି ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ଅଭିନେତା ସବ୍ୟସାଚୀ । ଲକଡାଉନ ପାଇଁ ଦୀର୍ଘ ଦୁଇମାସ ଧରି ବେଙ୍ଗାଲୁରୁରେ ଫସି ରହିଥିବା ବଲାଙ୍ଗୀରର ଇଟିଭାଟୀ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ।

By

Published : Jun 3, 2020, 11:44 PM IST

Updated : Jun 4, 2020, 6:16 AM IST

odia-cinestar-sabyasachi-rescue-migrant-labour-from-bangalore-to-balangir
ଅଭିନେତା ସବ୍ୟସାଚୀ ବାଙ୍ଗାଲୋରରୁ ଇଟାଭାଟି ଶ୍ରମିକଙ୍କୁ ବଲାଙ୍ଗୀର ପହଞ୍ଚାଇଲେ

ଭୁବନେଶ୍ବର: ପ୍ରବାସୀ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ଅଭିନେତା ସବ୍ୟସାଚୀ । ଲକଡାଉନ ପାଇଁ ଦୀର୍ଘ ଦୁଇମାସ ଧରି ବେଙ୍ଗାଲୁରୁରେ ଫସି ରହିଥିବା ବଲାଙ୍ଗୀରର ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି ସବ୍ୟସାଚୀ ।

ଅଭିନେତା ସବ୍ୟସାଚୀ ବେଙ୍ଗାଲୋରରୁ ଇଟାଭାଟି ଶ୍ରମିକଙ୍କୁ ବଲାଙ୍ଗୀର ପହଞ୍ଚାଇଲେ

ମହାମାରୀ କୋରୋନା ଯୋଗୁ ବଲାଙ୍ଗୀରର ଇଟିଭାଟୀ ପ୍ରବାସୀ ଶ୍ରମିକ ବେଙ୍ଗାଲୁରୁରେ ଫସିରହିଥିବାବେଳେ ଏହି ଦୁଃସମୟରେ ତାଙ୍କ ମାଙ୍କ ଦେହ ଖରାପ ସମସ୍ୟାକୁ ଦ୍ବିଗୁଣିତ କରିଥିଲା । ଡାକ୍ତରଖାନାରେ ଚିକିତ୍ସା ପାଇଁ ଗଲେ ମଧ୍ୟ ସେଠାରୁ ଉପଯୁକ୍ତ ଚିକିତ୍ସା ନ ପାଇ ଫେରାଇ ଦିଆଯାଇଥିଲା । ଆଉ ଏଣେ 7 ପ୍ରାଣୀ ପରିବାର ମୁହଁରେ ଦାନା ମୁଠେ ଦେବା ପାଇଁ ସେ ବହୁ ହଇରାଣ ହୋଇଥିଲେ । ଏମିତିକି ସେ ଘରକୁ ଫେରିବାକୁ ଚାହିଁଲେ ମଧ୍ୟ ରେଳ ଷ୍ଟେସନରୁ ତାଙ୍କୁ ବିଦା କରାଯାଇଥିଲା ।

ଆଉ ତାଙ୍କର ଏହି ଦୁଃଖ କଥା ଜଣେ ସାମ୍ବାଦିକ ଟ୍ୱିଟରରେ ପୋଷ୍ଟ କରିଥିଲେ । ଯାହାକୁ ଓଡ଼ିଆ ସିନେ ତାରକା ସବ୍ୟସାଚୀ ଦେଖିବା ପରେ ତାଙ୍କୁ ଓଡିଶା ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲେ । ଆଉ ଆଜି ସେମାନେ ବିମାନ ଯୋଗେ ଆସି ଭୁବନେଶ୍ବର ରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚି ପ୍ରଦୀପ ସବ୍ୟସାଚୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅବସରରେ ସିନେ ତାରକା ସବ୍ୟସାଚୀଙ୍କ ସହ ଆଲୋଚନା ବେଳେ ସେ କେବଳ ନିଜର କର୍ତ୍ତବ୍ୟ କରିଥିବା କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Jun 4, 2020, 6:16 AM IST

ABOUT THE AUTHOR

...view details