ଭୁବନେଶ୍ବର: ୨୨ ଅକ୍ଟାେବରରେ ପରଦାକୁ ଆସିବ ଓଡ଼ିଆ ସିନେମା ‘ଚାଲ ଟିକେ ପ୍ରେମ କରିବା’। ଏନେଇ ଚଳଚ୍ଚିତ୍ରଟିର ଆଜି ଭୁବନେଶ୍ବରରେ ଅଡିଓ ରିଲିଜ ହୋଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥାଗତ ଶତପଥୀ ଯୋଗଦେଇ ଚଳଚ୍ଚିତ୍ରର ଅଡିଓ ରିଲିଜ କରିଥିଲେ । ରୋମାଣ୍ଟିକ ଲଭଷ୍ଟୋରୀ ଓ କମେଡି ସହ ବନ୍ଧୁତାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଯେଉଁଥିରେ ଦୁଇ ହିରୋଇନ ଲିପ୍ସା ମିଶ୍ର ଓ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ସହ ହିରା ଭୂମିକାରେ ନଜର ଆସିବେ ଦେବରାଜ ।
୨୨ ଅକ୍ଟାେବରରେ ପରଦାକୁ ଆସିବ ‘ଚାଲ ଟିକେ ପ୍ରେମ କରିବା’ - ଚାଲ ଟିକେ ପ୍ରେମ କରିବା’
୨୨ ଅକ୍ଟାେବରରେ ପରଦାକୁ ଆସିବ ଓଡ଼ିଆ ସିନେମା ‘ଚାଲ ଟିକେ ପ୍ରେମ କରିବା’। ଏନେଇ ଚଳଚ୍ଚିତ୍ରଟିର ଆଜି ଭୁବନେଶ୍ବରରେ ଅଡିଓ ରିଲିଜ ହୋଇଛି । ଅଧିକ ପଢନ୍ତୁ...
୨୨ ଅକ୍ଟାବରରେ ପରଦାକୁ ଆସିବ ଓଡ଼ିଆ ସିନେମା ‘ଚାଲ ଟିକେ ପ୍ରେମ କରିବା’
ଅଭିନେତା ପୁପିନ୍ଦର ଚଳଚ୍ଚିତ୍ରରେ ଅତିଥି ଭାବେ ଏଣ୍ଟ୍ରି କରିଥିବାବେଳେ ଆଲବମ ଦୁନିଆର ସଂଘର୍ଷର ଝଲକ ଦେଖିବାକୁ ମିଳିବ। ଚିନ୍ମୟୀ ପ୍ରିୟଦର୍ଶିନୀ ଏହାର ପ୍ରଯୋଜକ ରହିଥିବାବେଳେ ଗୀତକୁ ସଜାଇଛନ୍ତି ଵିଭୂତି ଗଡନାୟକ । ଦେଵକୀ ଫିଲ୍ମ ବ୍ୟାନରର ଚଳଚ୍ଚିତ୍ରଟି ଦ୍ବିତୀୟ ଅବଦାନ ହୋଇଥିବାବେଳେ ୨୨ ଅକ୍ଟାେବରରେ ବୃନ୍ଦାବନ ହଲରେ ରିଲିଜ ହେବ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ