ଭୁବନେଶ୍ବର: ଓଡିଶା ପାଇଁ ଆସିଛି ଆଉ ଏକ ଗର୍ବର ବିଷୟ । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ)ର ପରବର୍ତ୍ତୀ ମିଶନ ଗଗନଯାନରେ ପାଇଲଟ ରହିବେ ଓଡିଆ ପୁଅ ତଥା ଓ୍ବିଙ୍ଗ୍ କମାଣ୍ଡର ନିଖିଲ ରଥ । ନିଖିଲ ନିକଟରେ ଭାରତର ପ୍ରଥମ ମାନବ ସ୍ପେସ ମିଶନ ଗଗନଯାନ 2022 ଲାଗି ଋଷିଆରେ ଜାରି ରହିଥିବା ଟ୍ରେନିଂ ସମସ୍ତ କରିଛନ୍ତି ବୋଲି ଜଣାପଡିଛି ।
ଗଗନଯାନ ମିଶନର ପାଇଲଟ ରହିବେ ଓଡିଆ ପୁଅ - Wing Commander Nikhil Rath
ଇସ୍ରୋର ପରବର୍ତ୍ତୀ ମିଶନ ଗଗନଯାନରେ ପାଇଲଟ ରହିବେ ଓଡିଆ ପୁଅ ତଥା ଓ୍ବିଙ୍ଗ୍ କମାଣ୍ଡର ନିଖିଲ ରଥ । ଟ୍ବିଟ କରି ଓଡିଶା ଗର୍ବିତ ବୋଲି କହିଲେ ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...
ଭାରତର ଗଗନଯାନ ମିଶନର ପାଇଲଟ ରହିବେ ଓଡିଆ ପୁଅ
ଜଣେ ଓଡିଆ ମହାକାଶକୁ ଯାଉଥିବାରୁ ଏହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ଏନେଇ ଟ୍ବିଟ କରି କହିଛନ୍ତି ବିଜେଡି ସରକାରଙ୍କ ମନ୍ତ୍ରୀ ଅରୁଣ ସାହୁ । ଅରୁଣ ନିଜ ଟ୍ବିଟରରେ ନିଖିଲଙ୍କ ଫଟୋ ସେୟାର କରି ଓଡିଶା ଗର୍ବିତ ବୋଲି ଲେଖିଛନ୍ତି ।
ଇସ୍ରୋରର ଗଗନଯାନ ମିଶନ ପାଇଁ 2019ରେ ନିଖିଲଙ୍କୁ ଚୟନ କରାଯାଇଥିଲା । ଗଗନଯାନ ମିଶନ 2022ରେ ଲଞ୍ଚ ହେବ ।