ଓଡିଶା

odisha

ETV Bharat / city

Mrs India Worldwideରେ ଦିଲ ଜିତିଲେ ଓଡିଆ ଡାକ୍ତରାଣୀ - ସାଇ ପ୍ରସନ୍ନା ବେହେରା

Mrs India Worldwideରେ ଜଲୱା ଦେଖାଇଛନ୍ତି ଓଡ଼ିଆ ବୋହୂ ସାଇ ପ୍ରସନ୍ନା ବେହେରା । ସେ ଏହି ପ୍ରତିଯୋଗିତାରେ ପ୍ରଥମ ରନର୍ସ-ଅପ ହୋଇଛନ୍ତି । ଅଧିକ ପଢନ୍ତୁ...

Mrs India Worldwideରେ ଓଡ଼ିଆ ବୋହୂଙ୍କ ସଫଳତା
Mrs India Worldwideରେ ଓଡ଼ିଆ ବୋହୂଙ୍କ ସଫଳତା

By

Published : Oct 29, 2021, 8:31 PM IST

ଭୁବନେଶ୍ବର: ମିସେସ ଇଣ୍ଡିଆ ୱାର୍ଲ୍ଡୱାଇଡ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଆ ବୋହୂ ସାଇ ପ୍ରସନ୍ନା ବେହେରାଙ୍କୁ ମିଳିଛି ସଫଳତା । ପେଶାରେ ଡାକ୍ତର ହେଲେ ନିଜ ପ୍ରତିଭା ବଳରେ ଜିତିଛନ୍ତି ଅନ୍ତର୍ଜାତୀୟ ବିୟୁଟି ପ୍ରତିଯୋଗିତା । ଆଉ ମିସେସ India Worldwide 2021ରେ ହାତେଇଛନ୍ତି ପ୍ରଥମ ରନର୍ସ ଅପ ମୁକୁଟ ।

Mrs India Worldwideରେ ଓଡ଼ିଆ ବୋହୂଙ୍କ ସଫଳତା

ଓଡ଼ିଶାର ୧୨୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ ସ୍ତରରେ ଏହି ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ମିସେସ ସିଗ୍ନିଫିକାଣ୍ଟ ଆୱର୍ଡ ବି ଜିତିଛନ୍ତି ଭୁବନେଶ୍ବରର ଏହି ଓଡ଼ିଆ ବୋହୂ । ବିଭିନ୍ନ ରାଉଣ୍ଡରେ ନିଜର ପ୍ରତିଭାର ପରାକାଷ୍ଠା ଦେଖାଇ ସେ ଏହି ସୁନ୍ଦରୀ ପ୍ରତିଯୋଗିତାରେ ଦୁଇ ଦୁଇଟି ସଫଳତା ହାତେଇଛନ୍ତି। ବିଶ୍ବର କୋଣ ଅନୁକୋଣରୁ ଅନେକ ପ୍ରତିଭାବାନ ମହିଳା ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଓଡ଼ିଆ ବୋହୂଙ୍କ ଏହି ସଫଳତା ରାଜ୍ୟ ପାଇଁ ସଫଳତା ଓ ଗୌରବ ଆଣିଦେଇଛି । ଏଥିପାଇଁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ ।

କିନ୍ତୁ ସଫଳତାକୁ ନେଇ ସେ କୁହନ୍ତି ସବୁ ମହିଳାଙ୍କ ଭିତରେ ପ୍ରତିଭା ଥାଏ । ବାସ୍‌ ନିଜ ଭିତରର ପ୍ରତିଭାକୁ ଆମକୁ ତାକୁ ଚିହ୍ନିବାର ଅଛି । ଆଉ ନାରୀ ଶକ୍ତିର ପରାକାଷ୍ଠା ଦେଖାଇବାର ଅଛି । ଏଭଳି କରିଲେ ପ୍ରତିଟି ମହିଳା ଜଣେ ଜଣେ ସଫଳ ମହିଳା ହୋଇପାରିବେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details