ଭୁବନେଶ୍ବର:ଆରପାରିରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ(Tilottama Khuntia Passes Away) । ଦୀର୍ଘଦିନ ଧରି ହାର୍ଟ ରୋଗରେ ପୀଡିତ ଥିଲେ ତିଳୋତ୍ତମା । କିଛିଦିନ ହେବ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ୭.୧୫ରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।
ତିଳୋତ୍ତମା ଛୋଟ ଓ ବଡ ପରଦାରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ବିଭିନ୍ନ ଫିଲ୍ମ, ସିରିଏଲ୍ ଏବଂ ନାଟକ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ । ହାର୍ଟ ଓ କିଡନୀ ଜନିତ ସମସ୍ୟା ପାଇଁ ପ୍ରଥମେ କଟକ ଓ ପରେ ଭୁବନେଶ୍ବର ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା ।