ଭୁବନେଶ୍ବର: ଘର ଦେବା ନାଁରେ ଅଭିନେତ୍ରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ । ଠକେଇର ଶିକାର ହୋଇଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ବିଦୁସ୍ମିତା ମନ୍ତ୍ରୀ । ଘର ଦେବା ଆଳରେ ଏକ ରିଅଲ ଇଷ୍ଟେଟ କମ୍ପାନୀ ଠକେଇ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।
ଭୁବନେଶ୍ବର: ଅଭିନେତ୍ରୀଙ୍କୁ ଘର ଦେବ କହି ୨୫ ଲକ୍ଷ ଠକି ନେଲା ରିଅଲ ଇଷ୍ଟେଟ କମ୍ପାନୀ
ଘର କିଣିବା ନାଁରେ ଠକେଇର ଶିକାର ହେଲେ ଅଭିନେତ୍ରୀ ବିଦୁସ୍ମିତା । ୨୫ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ । ଅଧିକ ପଢ଼ନ୍ତୁ
ଅଭିଯୋଗ ଅନୁଯାୟୀ, ୨୦୧୯ରେ ଜମି କିଣିବା ପାଇଁ ବିଦୁସ୍ମିତା ରିଅଲ ଇଷ୍ଟେଟ କମ୍ପାନୀ ସହ ଯୋଗାଯୋଗ କରିଥିଲେ । ଜାଗା ଦେଖାଇ ଡିଲ୍ ମଧ୍ୟ କରିଥିଲା । ଚୁକ୍ତି ମୁତାବକ ବିଦୁସ୍ମିତା ଓ ତାଙ୍କ ମାଆ ଦୁଇଟି ଡୁପ୍ଲେକ୍ସ ପାଇଁ ବିଭିନ୍ନ କିସ୍ତିରେ ୨୫ ଲକ୍ଷ ଟଙ୍କା ଦେଇଥିଲେ । ୨ ବର୍ଷ ପରେ ତାଙ୍କୁ ଘର ଦେବାକୁ ରିଅଲ ଇଷ୍ଟେଟ କମ୍ପାନୀ ପ୍ରତିଶୃତି ଦେଇଥିଲା । କିନ୍ତୁ କମ୍ପାନୀ ଘର ନଦେଇ ତାଙ୍କୁ ଠକି ଚାଲିଥିଲା । ଏନେଇ ଗତ ଫେବୃଆରୀ ମାସରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ୩ ମାସ ଭିତରେ ଟଙ୍କା ଫେରାଇବାକୁ ପୋଲିସ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ । ମାତ୍ର ୬ ମାସ ବିତିଥିଲେ ସୁଦ୍ଧା ଟଙ୍କା ଫେରି ନପାଇବାରୁ ପୁଣି ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା ।
ଇଟିଭି ଭାରତ, ଭୁବନେଶ୍ବର