ଓଡିଶା

odisha

ETV Bharat / city

ପାଣ୍ଡିଆନ ସମେତ 12 ଅଧିକାରୀଙ୍କ ବଦଳି ଦାବି କଲା ବିଜେପି - press meet

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସମେତ 12ଜଣ ଅଧିକାରୀଙ୍କ ବଦଳି ଦାବି କରିଛି ବିଜେପି

By

Published : Feb 15, 2019, 3:36 PM IST

ଭୁବନେଶ୍ୱର: ଆଗକୁ ଅଛି ସାଧାରଣ ନିର୍ବାଚନ । ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସମେତ 12ଜଣ ଅଧିକାରୀଙ୍କ ବଦଳି ଦାବି କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଗୋଟିଗୋଟି କରି 12ଜଣ ଆଇପିଏସ ଓ ଆଇଏଏସ ଅଧିକାରୀଙ୍କ କାରନାମା ବିଷୟରେ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ସମେତ 12ଜଣ ଅଧିକାରୀଙ୍କୁ ନିଜ ସ୍ଥାନରୁ ବଦଳି କରିବା ସହିତ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଭାରତୀୟ ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଛି ରାଜ୍ୟ ବିଜେପି ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଵୃଦ୍ଧି ପାଉଥିବା ଲକ୍ଷ କରି ନବୀନ ସରକାର ଯେକୌଣସି କାର୍ଯ୍ୟ କରିବାକୁ ପଛାଉ ନଥିବା ବିଜେଡି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ତେଣୁ ବିରୋଧୀଙ୍କୁ କିପରି ସବାଡ଼ କରିବା ସହିତ ଲୋକଙ୍କୁ ପ୍ରଲୋଭିତ କରି ନିର୍ବାଚନ ଜିତିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ବର

ପୋଲିସ ବଳ ସହିତ ବିଜୁ ଯୁବ (ଗୁଣ୍ଡା)ବାହିନୀକୁ ବ୍ୟବହାର କରି ବୁଥ କ୍ୟାପଚର କରିବାକୁ ଏହି ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଥିବା ସେ କହିଛନ୍ତି। ବିଜେପିର ଏହି ଅଭିଯୋଗକୁ ଔଷଧ ବିକଳରେ ତାଟିଆ କାମୁଡିବା କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ପରାଜୟ ଭୟ ବିଜେପିକୁ ଘାରିବାରୁ ସେ ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଭୟଭୀତ ହୋଇ ପଡ଼ିଥିବା ସେ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details