ଓଡିଶା

odisha

ବିଶ୍ବଭୂଷଣଙ୍କ ରେକର୍ଡ ଭାଙ୍ଗିଲେ ରୀତା

ଶେଷ ହୋଇଛି ବିଜେପୁର ବ୍ୟାଟେଲ । ଏହି ପତିଆରା ଲଢେଇରେ ପୁଣିଥରେ ବାଜି ମାରିଛି ବିଜେଡି । ଶାସକ ଦଳର ଚକ୍ରବ୍ୟୁହରେ ବିଜେପି ଖାଲି ପରାଜୟ ବରଣ କରିନି ବଂର ନିଜ ପୂର୍ବ ସଫଳତା ମଧ୍ୟ ପାଇପାରିନି ।

By

Published : Oct 24, 2019, 4:18 PM IST

Published : Oct 24, 2019, 4:18 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଭୁବନେଶ୍ବର: ଓଡିଶା ନିର୍ବାଚନ ଇତିହାସରେ ସମସ୍ତ ରେକର୍ଡ ଭାଙ୍ଗିଲେ ରୀତା ସାହୁ । ବିଜେପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥିନୀ ରୀତା ସାହୁ ରେକର୍ଡ 1,35,957 ଭୋଟ ପାଇଛନ୍ତି । ଯାହା ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ବିଧାୟକ ପାଇନଥିଲେ । ଏହାସହ ରୀତା ସାହୁ 97 ହଜାର 990 ବଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ


2000 ମସିହାରେ ବିଜେଡି- ବିଜେପି ମେଣ୍ଟ ସରକାର ସମୟରେ ଭୁବନେଶ୍ବରରୁ ପ୍ରାର୍ଥୀ ହୋଇଥିବା ବିଜେପି ପ୍ରାର୍ଥୀ ବିଶ୍ବଭୂଷଣ ହରିଚନ୍ଦନ 94 ହଜାର 555 ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ । ସେହିଦିନ ଠାରୁ ରେକର୍ଡ ସଂଖ୍ୟାରେ ନିର୍ବାଚନ ବିଜୟୀ ହେବା ବିଶ୍ବ ଭୂଷଣଙ୍କ ନାଁରେ ଥିଲା । ଏବେ ରୀତା ସାହୁ ଏହି ରେକର୍ଡ ଭାଙ୍ଗି ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ।


ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details