ଭୁବନେଶ୍ବର:ଆସନ୍ତା 26 ତାରିଖରେ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟ ଘେରିବ ରାଜ୍ୟ ଯୁବ କଂଗ୍ରେସ। ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ କଟକ ପୋଲିସ ଡିଜି ଅଫିସ ଘେରାଉ କରିବ ଯୁବ କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ।
କଳାହାଣ୍ଡିର ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ଘରୋଇ କଲେଜର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ତେଜିବାରେ ଲାଗିଛି ରାଜନୀତି । ଆଜି ବିଜେପି ମହିଳା ମୋର୍ଚ୍ଚା ନବୀନ ନିବାସ ଘେରାଉ କରିଥିବାବେଳେ ଆସନ୍ତା ୨୬ ତାରିଖରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ଘୋଷଣା କରିଛି ରାଜ୍ୟ ଯୁବ କଂଗ୍ରେସ ।
ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ କରୁନାହାଁନ୍ତି । ପୋଲିସ ପ୍ରଶାସନ ସରକାରଙ୍କ ହାତ ବାରିସୀ ସାଜିଛି । ରାଜ୍ୟ ସରକାକଙ୍କୁ ଦୁଇଟି ପ୍ରଶ୍ନ କରିଛି ରାଜ୍ୟ ଯୁବ କଂଗ୍ରେସ…