ଭୁବନେଶ୍ବର: ହ୍ଵାଟ୍ସଆପକୁ ହ୍ୟାକ କରି ଲୁଟୁଛନ୍ତି ଟଙ୍କା । ଏମିତି ଏକ ସାଇବର ଠେଇକ ସାମ୍ନାକୁ ଆସିଛି । ସାଇବର ଠକେଇର ନୂଆ ତରିକା ଆପଣାଇ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ତଥା ଓକାକର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ ନମ୍ବର ହ୍ୟାକ କରି ଠକେଇ ନେଇ ଅଭିଯୋଗ ହୋଇଛି । ସାଇବର ଠକ ନମ୍ବର ହ୍ୟାକ କରି ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ କରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣା ରେ କ୍ରାଇମବ୍ରାଞ୍ଚ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୨ ଜଣିଆ ଟିମ ଓକାକରେ ଅଫିସରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ ସିଇଓଙ୍କ ଫଟୋ ବ୍ୟବହାର କରି ଠକ ଗାଏବ କରିଛନ୍ତି 7 ଲକ୍ଷ ଟଙ୍କା । ଶରୀର ଅସୁସ୍ଥ ଆଳରେ ସାଇବର ଅପରାଧୀ ପକାଇଥିଲେ ଏହି ଫାଶ । ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍ସଆପ ନମ୍ବର ହ୍ୟାକ ପରେ ଅଫିସ କର୍ମଚାରୀ ଓ ସମ୍ପର୍କୀୟମାନଙ୍କୁ ନିଜ ପରିବାର ଡାକ୍ତରୀ ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିଲେ । ଆଉ କର୍ମଚାରୀ ମାନେ ସତ ଭାବି ଜଣେ ୫ ଲକ୍ଷ ଓ ଆଉ ଜଣେ ୨ ଲକ୍ଷ ଟଙ୍କା ପଠାଇଥିଲେ ।
ଆଉ ଶେଷରେ ଖୋଳତାଡ ବେଳେ ଜଣା ପଡିଥିଲା ମନୋଜ ପଟ୍ଟନାୟକଙ୍କ ଶରୀର ଅସୁସ୍ଥ ହୋଇନାହିଁ। ସାଇବର ଅପରାଧୀ ହ୍ବାଟସଅପ ନମ୍ବରକୁ ହ୍ୟାକ କରି ମ୍ୟାସେଜ ପଠାଇ ଏପରି ଟଙ୍କା ଲୁଟ କରିଛନ୍ତି । ସହିଦ ନଗର ଥାନାର ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାକୁ ନେଇ ଭୁବନେଶ୍ବର ଡିସିପି କହିଛନ୍ତି, ଦକ୍ଷିଣ ଭାରତୀୟ ରାଜ୍ୟର ଏକ ସର୍ଭିସ ପ୍ରୋଭାଇଡ ନମ୍ବରରୁ ମ୍ୟାସେଜ ହୋଇଥିବା ଜଣା ପଡିଛି । ଟଙ୍କା ଯାଇଥିବା ସଂପୃକ୍ତ ବ୍ୟାଙ୍କକୁ ଚିଠି ଲେଖିବା ମୋବାଇଲ ନମ୍ବର ଓ ଆକାଉଣ୍ଟକୁ ଫ୍ରିଜ କରିବା ପାଇଁ ପୋଲିସ ଉଦ୍ୟମ କରିଛି।