ଓଡିଶା

odisha

ETV Bharat / city

ଜେଲ ଗଲେ ଆର୍ଶୀବାଦ ଓ କମଳାକାନ୍ତ - oca president ashribad

ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ଓସିଏ ପୂର୍ବତନ ଅଧ୍ୟକ୍ଷ ଆର୍ଶୀବାଦ ବେହେରା ଓ କମଳାକାନ୍ତ ଦାସ । ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଫାଇଲ ଫଟୋ

By

Published : Sep 19, 2019, 7:25 PM IST

ଭୁବନେଶ୍ବର: ଜେଲ ଗଲେ ଓସିଏର ପୂର୍ବତନ ଅଧ୍ୟକ୍ଷ ଆଶୀର୍ବାଦ ବେହେରା । ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କମଳାକାନ୍ତ ଦାସ ମଧ୍ୟ ଜେଲ ଯାଇଛନ୍ତି । ଉଭୟ ଆସନ୍ତା 1 ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା ସିବିଆଇ । ଆଜି ସକାଳୁ ଆଶୀର୍ବାଦଙ୍କ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ଘରେ ସିବିଆଇ ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details