ଓଡିଶା

odisha

By

Published : Dec 31, 2021, 7:31 AM IST

ETV Bharat / city

ଓବିସିଙ୍କୁ ସଂରକ୍ଷଣ ପ୍ରସଙ୍ଗ: ବିଧାନସଭା ଡାକିବାକୁ କଂଗ୍ରେସର ଦାବି, କୋର୍ଟ ଯିବୁ କହିଲା ବିଜେପି

ଓବିସି ସଂରକ୍ଷଣ (OBC Reservation) କୁ ନେଇ ବିଧାନସଭା ତୁରନ୍ତ ଡାକିବାକୁ ଦାବି କଲା କଂଗ୍ରେସ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ସମସ୍ତ ଜିଲ୍ଲାକୁ ବାଲାଟ ବକ୍ସ ପଠାଯାଇଛି । ଅଧିକ ପଢନ୍ତୁ

vOBC reservation politics
OBC reservation politics

ଭୁବନେଶ୍ବର: ଓବିସି ସଂରକ୍ଷଣ (OBC Reservation) କୁ ନେଇ ବିଧାନସଭା ତୁରନ୍ତ ଡାକିବାକୁ ଦାବି କଲା କଂଗ୍ରେସ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ସମସ୍ତ ଜିଲ୍ଲାକୁ ବାଲାଟ ବକ୍ସ ପଠାଯାଇଛି । ଏହାସହ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଚିହ୍ନ ଜାରି ହୋଇଛି । କିନ୍ତୁ ଏହାରି ଭିତରେ ସଂରକ୍ଷଣ ତାଲିକାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। କାରଣ ପୂର୍ବରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି ।

ସେହିପରି ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ମେମ୍ବରଙ୍କ ପାଇଁ ସାନି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଆସନ୍ତା ୩ ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗ କରିପାରିବେ । ଆସନ୍ତା ୭ ତାରିଖରେ କମିଶନଙ୍କ ନିକଟରେ ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିବେ ସରକାର । ଯେଉଁଥିରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର କରିବେ ସରକାର। ଏହାକୁ କିନ୍ତୁ ବିରୋଧ କରିଛି କଂଗ୍ରେସ। ଆଉ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଛି। କାରଣ ସରକାର ରାଜ୍ୟ ହାଇକୋର୍ଟ ଆଳରେ ଲୋକଙ୍କୁ ଭୁଆଁ ବୁଲାଉଛି। ଓବିସିଙ୍କ ସଂରକ୍ଷଣକୁ ନେଇ ସେମାନଙ୍କ ପ୍ରତି ଅବିଚାର କରୁଛି । କାରଣ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତିକୁ ନେଇ ଓବିସି ତାଙ୍କ ନିର୍ଵାଚନ ସହଭାଗିତାରୁ ବଞ୍ଚିତ ହେଉଛନ୍ତି ।

ତେଣୁ ଲୋକଙ୍କୁ ସରକାର ବୋକା ନଭାବି ନ୍ୟାୟିକ ଲଢେଇ ଲଢନ୍ତୁ। କିନ୍ତୁ ତାହା ନକରି ବିନା ଓବିସି ରେ ନିର୍ବାଚନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଉ ସରକାରଙ୍କ ଏହି ତ୍ରୁଟି ପାଇଁ ହିଁ ନିର୍ବାଚନ ବିଳମ୍ବ ହେଉଛି ବୋଲି କହିଛି କଂଗ୍ରେସ। ଆଉ ସରକାରଙ୍କ ଏହି ତ୍ରୁଟିପୂର୍ଣ୍ଣ ନୀତିକୁ ବିରୋଧ କରି ଓବିସିଙ୍କୁ ନ୍ୟାୟ ଦେବା ପାଇଁ ତୁରନ୍ତ ସରକାର ବିଧାନସଭା ଡାକି ୨୭ ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଆଣନ୍ତୁ ବୋଲି ଦାବି କରିଛି କଂଗ୍ରେସ।

ସେହିପରି ବିଜେପି କହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ ଅଛି। କିନ୍ତୁ ବିଜେଡି ପ୍ରସ୍ତୁତ ନୁହେଁ । ଯେଉଁ ଭଳି ସଂରକ୍ଷଣ ବ୍ୟବସ୍ଥା କୁ ଉଠାଇ ଦେଲେ ବିଜେପି ଏହାକୁ ପ୍ରତିବାଦ କରୁଛି। ଓଡିଶାରେ ୫୨ ପ୍ରତିଶତ ଓବିସି ଅଛନ୍ତି । ଓବିସି ମାନକୁ ସଂରକ୍ଷଣ ନଦେଇ ନିର୍ବାଚନ ସମ୍ଭବ ନୁହେଁ। ଓବିସି ମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି ସରକାର। ବିଜେପି ଏହା ଉପରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି। ଆବଶ୍ୟକ ହେଲେ ଦଳ ସୁପ୍ରିମକୋର୍ଟ ଯିବ ବୋଲି କହିଛନ୍ତି ବରିଷ୍ଠ ନେତା ପ୍ରଦୀପ ପୁରୋହିତ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details