ଓଡିଶା

odisha

ETV Bharat / city

ସଂରକ୍ଷଣ ନୀତି ସରକାରଙ୍କ ପାଇଁ ଘାତକ ହେବ: Sura Routray - ସଂରକ୍ଷଣକୁ ନେଇ ସୁର ରାଉତରାୟଙ୍କ ପ୍ରତିକ୍ରିୟା

ସଂରକ୍ଷଣ ନୀତି ସରକାରୀ ଦଳ ପାଇଁ ବୁମେରାନ ବା ଘାତକ ସାବ୍ୟସ୍ତ ହୋଇପାରେ କହିଲେ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ

ସଂରକ୍ଷଣ ନୀତି ସରକାରଙ୍କ ପାଇଁ ଘାତକ ହେବ: Sura Routray
ସଂରକ୍ଷଣ ନୀତି ସରକାରଙ୍କ ପାଇଁ ଘାତକ ହେବ: Sura Routray

By

Published : Dec 29, 2021, 10:10 PM IST

ଭୁବନେଶ୍ବର: ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକା ନେଇ ତେଜୁଛି ତୀବ୍ର ଅସନ୍ତୋଷ । ବିରୋଧୀଙ୍କ ଟାର୍ଗେଟରେ ସରକାର । ଶାସକ ଦଳକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ବିରୋଧୀ କହୁ ଥିବାବେଳେ ସଂରକ୍ଷଣ ନୀତି ସରକାରୀ ଦଳ ପାଇଁ ବୁମେରାଙ୍ଗ ବା ଘାତକ ସାବ୍ୟସ୍ତ ହୋଇପାରେ ବୋଲି କହିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ (Sura Routray Reaction Over Reservation politics) ।

ସଂରକ୍ଷଣ ନୀତି ସରକାରଙ୍କ ପାଇଁ ଘାତକ ହେବ: Sura Routray


ସରଣକ୍ଷଣ ଚିଠା ତାଲିକା ରାତାରାତି ପରିବର୍ତ୍ତନ ହେବା ପରେ ଆସାୟୀ ପ୍ରାର୍ଥୀ ଖପ୍ପା । ବହୁ ଆଶାୟୀ ପ୍ରାର୍ଥୀ ସରକାରୀ ଦଳ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଦୃଶ୍ୟମାନ ହେଉଛି । ତେବେ ଏହାର ଫାଇଦା ଆମେ ନେବୁ । ବିରୋଧୀ ନିଶ୍ଚିତ ଭାବେ ଏହି ଜନ ଆକ୍ରୋଶର ଫାଇଦା ପାଇବେ ବୋଲି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତ ରାୟ କହିଛନ୍ତି ।



ସେପଟେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ଅନୁସାରେ ସରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ଏଠି ସରକାର କିଛି କରିନାହାନ୍ତି । ତେଣୁ ଶାସକ ଦଳ ଉପରେ କିଛି ଫରକ ପଡିବନାହିଁ । ବିଜେଡି ଉପରେ ଲୋକେ ଭରଷା କରୁଛନ୍ତି ସମସ୍ତେ ଏହି ଦଳରୁ ପ୍ରାର୍ଥୀ ହେବା ପାଇଁ ଚାହୁଁଛନ୍ତି । ତେଣୁ ଦଳ ସମସ୍ତଙ୍କୁ ବିଚାରକୁ ନେଇ ୱାର୍ଡ ମେମ୍ବର ଠାରୁ ଜିଲ୍ଲା ପରିଷଦ ଜିତାଇବୁ ବୋଲି ବିଜେଡି ବିଧାୟିକା ପ୍ରମିଳା ମଳିକ କହିଛନ୍ତି ।



ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details