ଓଡିଶା

odisha

By

Published : Jan 27, 2022, 10:59 PM IST

ETV Bharat / city

OBC Politics: କିଏ କେତେ ପ୍ରତିଶତ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇଛନ୍ତି ?

କିଏ କେତେ ପଛୁଆ ବର୍ଗ (OBC) ର ଲୋକଙ୍କୁ ପ୍ରାର୍ଥୀ କରିଛି । କେଉଁଦଳ ଓବିସି ବର୍ଗଙ୍କ ପାଇଁ ସମ୍ବେଦନଶୀଳ । କିଏ ଓବିସିଙ୍କ ତ୍ରାଣକର୍ତ୍ତା ? କିଏ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅଧିକ ଓବିସିଙ୍କୁ ପ୍ରାର୍ଥୀ କରିଛି ? ଏହି ପ୍ରତିଯୋଗୀତା 2 ଦିନ ଧରି ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାରେ ଥିବାବେଳେ, ବିଡମ୍ବନା କୌଣସି ଦଳ ପ୍ରକୃତରେ କେତେ ପ୍ରାର୍ଥୀ ଓବିସି ବର୍ଗରୁ ଦେଇଛନ୍ତି ତାହା ଜଣାନାହିଁ । ଅଧିକ ପଢନ୍ତୁ

OBC Politics
OBC Politics

ଭୁବନେଶ୍ବର: କିଏ କେତେ ପଛୁଆ ବର୍ଗ(OBC) ର ଲୋକଙ୍କୁ ପ୍ରାର୍ଥୀ କରିଛି । କେଉଁଦଳ ଓବିସି ବର୍ଗଙ୍କ ପାଇଁ ସମ୍ବେଦନଶୀଳ । କିଏ ଓବିସିଙ୍କ ତ୍ରାଣକର୍ତ୍ତା? କିଏ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅଧିକ ଓବିସିଙ୍କୁ ପ୍ରାର୍ଥୀ କରିଛି? ଏହି ପ୍ରତିଯୋଗୀତା 2 ଦିନ ଧରି ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚାରେ ଥିବାବେଳେ, ବିଡମ୍ବନା କୌଣସି ଦଳ ପ୍ରକୃତରେ କେତେ ପ୍ରାର୍ଥୀ ଓବିସି ବର୍ଗରୁ ଦେଇଛନ୍ତି ତାହା ଜଣାନାହିଁ ।

କିଏ କେତେ ପ୍ରତିଶତ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଛନ୍ତି?

ବିଜେଡି କହୁଛି ଆମେ 48 ପ୍ରତିଶତ ଓବିସି ବର୍ଗରୁ ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରାର୍ଥୀ କରିଛୁ। ବିଜେପି କହୁଛି ଆମେ ଓବିସି ବର୍ଗରୁ ପ୍ରାର୍ଥୀ ଦେବାରେ ହାପ୍ ସେଞ୍ଚୁରୀ ମାରିଛୁ । ଆଉ କଂଗ୍ରେସ ଆଉ ପାଦେ ଆଗେଇ ଯାଇ 58 ପ୍ରତିଶତ ପ୍ରାର୍ଥୀ ଦେଇଥିବା ଦାବି କରିଛି । ହେଲେ ପ୍ରକୃତରେ କିଏ କେତେ ପ୍ରତିଶତ ଓବିସି ବର୍ଗଙ୍କୁ ପ୍ରାର୍ଥୀ କରିଛନ୍ତି ସଠିକ ସୂଚନା ଦେଇପାରିନାହଁନ୍ତି ।

ଆଜି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି ବିଜେଡି ବିଜେପି ଫମ୍ପା ଭାଷଣ ମାରୁଛନ୍ତି । ଉଭୟ ଦଳ ଯାହା କୁହନ୍ତି କରନ୍ତି ନାହିଁ । ରାଜ୍ୟରେ କେତେ ପ୍ରତିଶତ ଓବିସି ବର୍ଗର ଲୋକ ଅଛନ୍ତି ସରକାର ଜାଣିପାରିଲେ ନାହିଁ । କୋର୍ଟରେ ହାତ ଟେକିଦେଲେ । ହେଲେ କେଉଁଠି ଜାଣିଲେ ଯେ 48 ପ୍ରତିଶତ ପ୍ରାର୍ଥୀ ଦେଲେ ବୋଲି ସୁର ପ୍ରଶ୍ନ ଉଠାଇଛନ୍ତି ।

ସେହିପରି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ରାଜ୍ୟ ସରକାରଙ୍କ ପାଖରେ ଓବିସି ବର୍ଗର ତାଲିକା ନାହିଁ । ଗରିବ ଲୋକଙ୍କ ତାଲିକା ନାହିଁ। ଚାଷୀଙ୍କ ତାଲିକା ନାହିଁ । କେଉଁଠି ଆଣିଲେ ଓବିସି ତାଲିକା ? ଏହାସହ ବିଜେପିର ଗତ ନିର୍ବାଚନରେ 50 ପ୍ରତିଶତ ଓବିସି ପ୍ରାର୍ଥୀ ବିଭିନ୍ନ ଜୋନରୁ ବିଜୟୀ ହୋଇଆସିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ଆମେ 50 ପ୍ରତିଶତ ରୁ ଅଧିକ ଓବିସି ପ୍ରାର୍ଥୀ ଦେଇଛୁ । କିନ୍ତୁ ସଠିକ ସୂଚନା ପ୍ରକୃତରେ କେତେ ପ୍ରାର୍ଥୀ ଦଳ ଦେଇଛି ତାହା ସମୟ ଲାଗିବ ବୋଲି କହିଛନ୍ତି ସୁରଥ ।

ସୂଚନାଯୋଗ୍ୟ ଯେ ପଞ୍ଚାୟତ ନିର୍ବାଚନରେ 48 ପ୍ରତିଶତ ଓବିସି ବର୍ଗରୁ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ କରିଥିବା କହିଛି । ଯାହାକୁ ନେଇ ଏବେ 3 ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରଦାର ହୋଇଛି । ତେବେ କିଏ କେତେ ଓବିସି ବର୍ଗଙ୍କୁ ପ୍ରାର୍ଥୀ କରିଛି ତାହା ସମୟ କହିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details