ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହେଲା ପଛୁଆବର୍ଗ ସଂଶୋଧନ ବିଲ-2020 । ଅନୁସୁଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏହି ବିଲକୁ ଉପସ୍ଥାପନ କରିଛନ୍ତି । ପଛୁଆବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ କମିଶନ ସର୍ଭେ କରିବା ନେଇ ବିଲରେ ବ୍ୟବସ୍ଥା କରାଯାଇଛି ।
ବିଧାନସଭାରେ ଉପସ୍ଥାପିତ ହେଲା ପଛୁଆବର୍ଗ ସଂଶୋଧନ ବିଲ - ବିଧାନସଭାରେ ଉପସ୍ଥାପିତ ହେଲା ପଛୁଆବର୍ଗ ସଂଶୋଧନ ବିଲ
ଅନୁସୁଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ବିଧାନସଭାରେ ପଛୁଆବର୍ଗ ସଂଶୋଧନ ବିଲ-2020କୁ ଉପସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ...
ଅପରପକ୍ଷେ ତରବରିଆ ଭାବେ ବିଧାନସଭାରେ ବିଲ ଉପସ୍ଥାପିତ କରାଯାଉଥିବାରୁ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ମଙ୍ଗଳବାର ଏ ବିଲ ସମ୍ପର୍କରେ ଆଲୋଚନା ପାଇଁ ଦାବି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ, ଅନେକ ବିଲ ଯେଉଁ ଦିନ ଉପସ୍ଥାପିତ ହୋଇଛି ସେହି ଦିନ ପାରିତ କରାଯାଇଛି । ତେବେ ଏହି ବିଲ ଗୋଟିଏ ମାତ୍ର ଧାରାକୁ ସଂଶୋଧନ କରାଯାଇଛି । ତେଣୁ ଏହାକୁ ଆଜି ପାରିତ କରାଯାଉ । ପୂର୍ବରୁ ପଛୁଆବର୍ଗର ଜାତି ଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ଦାବି କରିବା ସହ କିଛି ଦିନ ତଳେ ଓବିସି କମିଶନର ପୁନର୍ଗଠନ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ