ଭୁବନେଶ୍ବର: ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବରିଷ୍ଠ ଓଏଏସ ଅଫିସର ଜ୍ୟୋତି ରଞ୍ଜନ ପ୍ରଧାନ ହେଲେ ବରଗଡ ଜିଲ୍ଲାପାଳ ।
ଓଏଏସ ସ୍ତରରେ ଅଦଳବଦଳ - ଓଏଏସ୍ ଅଫିସର
ଆଇଏଏସ ସ୍ତରରେ ଅଦଳବଦଳ ପରେ ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ ଅଫିସର ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ବରଗଡ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି ।
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍, ଭୁବନେଶ୍ବର
ବରିଷ୍ଠ ଓଏଏସ ଅଫିସର ଇନ୍ଦ୍ରମଣି ତ୍ରିପାଠୀଙ୍କୁ ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇ ଥିବାବେଳେ ଓଏଏସ ଅଫିସର ସରୋଜ କୁମାର ସାମଲଙ୍କୁ ଝାରସୁଗୁଡା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଶରତ ଚନ୍ଦ୍ର ମିଶ୍ରଙ୍କୁ ସ୍ବତନ୍ତ୍ର ଶ୍ରମ ଓ ଇଏସ୍ଆଇ ବିଭାଗ, ବନାନୀ ମହାନ୍ତିଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ, ସନ୍ତୋଷୀ ସାହୁଙ୍କୁ ବୋର୍ଡ ଅଫ୍ ରେଭେନ୍ୟୁର ଯୁଗ୍ମ ସଚିବ ଏବଂ ବିଶ୍ବରଞ୍ଜନ ରଥଙ୍କୁ ସୁନ୍ଦରଗଡ ଡିଆରଡିଏର ଏପିଡି ଭାବେ ବଦଳି କରାଯାଇଛି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ