ଓଡିଶା

odisha

ETV Bharat / city

OAS ସ୍ତରରେ ଅଦଳବଦଳ, ରଘୁରାମ ଆୟର ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ

ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନରେ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଓଏଏସ ରଘୁରାମ ଆୟରଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

ବରିଷ୍ଠ OAS ସ୍ତରରେ ଅଦଳବଦଳ
ବରିଷ୍ଠ OAS ସ୍ତରରେ ଅଦଳବଦଳ

By

Published : May 25, 2022, 7:27 AM IST

ଭୁବନେଶ୍ବର: ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନରେ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଓଏଏସ ରଘୁରାମ ଆୟରଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ରାଜ୍ୟ ନିର୍ବାଚନ କମିଶନରେ ସ୍ବତନ୍ତ୍ର ସଚିବ ଥିବା ରଘୁରାମ ଆର.ଆୟରଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ତାଙ୍କୁ ଉଚ୍ଚଶିକ୍ଷା ବିଭାଗ ସହ ଏସସିଇଆରଟିର ନିର୍ଦ୍ଦେଶକ ଭାବେ ତାଙ୍କୁ ଦାୟିତ୍ବ ମିଳିଛି । ଆୟରଙ୍କ ସହ ଏମକେସିଜି ମେଡିକାଲ କଲେଜର ଆଡମିନଷ୍ଟ୍ରେଟର ଥିବା ଓଏଏସ୍ ସୁଦାମ ଚରଣ ମଣ୍ଡଳଙ୍କୁ ରାଜ୍ୟ ଖଦି ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବଦଳି କରାଯାଇଛି । ପାରାଦ୍ବୀପର ଅତିରିକ୍ତ ଜିଲ୍ଲାପାଳ ଥିବା କାହ୍ନୁ ଚରଣ ଧୀରଙ୍କର ପାରାଦ୍ବୀପ ମ୍ୟୁନସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ ଥିବା ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଇସ୍ପାତ ଏବଂ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ଅନ୍ୟପଟେ ପାରାଦ୍ବୀପ ମ୍ୟୁନସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ସୌରେନ୍ଦ୍ର କୁମାର ରାଉତରାୟଙ୍କର ବଦଳି ହୋଇଛି । ତାଙ୍କୁ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ଥିବା ଶୁଭେନ୍ଦୁ କୁମାର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଢେଙ୍କାନାଳ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିବି ଭାରତ

ABOUT THE AUTHOR

...view details