ଭୁବନେଶ୍ବର:ଆର୍ଥିକ ସ୍ଥିତି ପାଇଁ ଜୀବନ ହାରିଲେ ନର୍ସିଂ ଛାତ୍ରୀ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ଅଞ୍ଚଳର ଏକ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି (nursing student committed suicide in bhubaneswar) । ଜାଭିୟର କଲେଜ ଅଫ୍ ନର୍ସିଂ କଲେଜର ଛାତ୍ରୀ ଥିବାବେଳେ ସେ ବଲାଙ୍ଗୀରର ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତାଙ୍କ ନିକଟରୁ ଏକ ସୁଇସାଇଡାଲ ନୋଟ ଜବତ କରିଛି ।
ଜବତ ହୋଇଥିବା ନୋଟରେ ଲେଖା ହୋଇଛି, "ମୋର ମାଆ, ମୋ ପରିବାର, ଦିଦି ଓ ସାଙ୍ଗସାଥି। ମୋତେ କ୍ଷମା କରିଦେବ, ଏଥିରେ କାହାର ଦୋଷ ନାହିଁ ଆଉ ଯଦି ପୋଲିସ କେସ କରିବ ଦୟାକରି କାହାକୁ କଷ୍ଟ ଦେବନି । ମୋତେ ନିଦ ଲାଗୁ ନଥିଲା , ମୁଁ ଶୋଇ ପାରୁ ନଥିଲି। ଦିନ ପରେ ଦିନ ଗଡୁଥିଲା ହେଲା ମୋତେ କିଛି ଭଲ ଲାଗୁ ନଥିଲା। କିଛି କରିବାକୁ ବି ଇଚ୍ଛା ଲାଗୁ ନଥିଲା। କଣ କରିବି ବୁଝିପାରୁ ନଥିଲି। ହେ ଭଗବାନ ମୋତେ ନେଇଯାଅ ।" ଏପରି କିଛି ମନର କଷ୍ଟକୁ ସୁଇସାଇଡ ନୋଟରେ ଉଲ୍ଲେଖ କରି ହଷ୍ଟେଲର କନଫେରନସ ହଲରେ ଛାତ୍ରୀ ଜଣକ ଜୀବନ ହାରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହର ନମୁନା ସଂଗ୍ରହ ହୋଇଥିଲା । ଏହି ଘଟଣା ନେଇ କଲେଜ କର୍ତ୍ତୃପକ୍ଷ କହିଛନ୍ତି, "୨୦୨୧ ମସିହାରେ କୁନି ନର୍ସିଂରେ ନାମ ଲେଖାଇଥିଲେ । ଝିଅଟି କିଛିଦିନ ଧରି ଚାପରେ ଥିଲା । ତାର ସ୍ବଭାବରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ସେ ବହୁ ସମୟ ଧରି ନୀରବ ରହୁଥିଲା । ଏପରିକି ବିଚଳିତ ହେବାର ମଧ୍ୟ ନଜରରେ ଆସିଥିଲା ।"