ଓଡିଶା

odisha

ETV Bharat / city

ନର୍ସ ନିହାରିକା ହତ୍ୟା ମାମଲା, ମାନବଧିକାର କମିଶନଙ୍କ ଦ୍ବାରସ୍ଥ ପରିବାର - ମାନବଧିକାର କମିଶନ ପାଖରେ ନିହାରିକାଙ୍କ ବାପା ମା'

ନର୍ସ ନିହାରିକା ହତ୍ୟା ମାମଲାର ତଦନ୍ତ ପାଇଁ ମାନବଧିକାର କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର । ଏହି ହତ୍ୟାକାଣ୍ଡରେ କେବଳ ରାଜ୍ୟ ନୁହେଁ ଅନ୍ୟ ସହଯୋଗୀ ମାନେ ମଧ୍ୟ ସମ୍ପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ନର୍ସ ନିହାରିକା ହତ୍ୟା ମାମଲା

By

Published : Oct 3, 2019, 9:09 PM IST

Updated : Oct 4, 2019, 9:44 AM IST

ଭୁବନେଶ୍ବର: ବହୁଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଯାଇଛି ସତ । ହେଲେ ଏକମାତ୍ର ଝିଅକୁ ହରାଇଥିବା ବାପା ମା'ଙ୍କ ମନ ଥୟ ଧରୁନାହିଁ । ଏହି ହତ୍ୟାରେ ସାମିଲ ଥିବା ଅନ୍ୟ ସହଯୋଗୀ ମାନଙ୍କୁ ଗିରଫ କରିବା ପାଇଁ ନିହାରିକାଙ୍କ ମା' ଓ ବାପା ରାଜ୍ୟ ମାନବ ଅଧିକାର କମିଶନଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ନିହାରିକାଙ୍କ ବାପା ଓ ମା' ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିବା ସହ ଓ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ଏହାଛଡା ନିହାରିକାର ପ୍ରେମିକ ରାଜା ସହ ଅନ୍ୟମାନଙ୍କ ହାତ ରହିଥିବା ନେଇ ସନ୍ଦେହ କରିଛନ୍ତି ନିହାରିକାର ବାପା ମାଆ। ସେମାନଙ୍କୁ ଗିରଫ କରିବା ସହ କଠୋର ଦଣ୍ଡ ଦେବାକୁ ଗଣମାଧ୍ୟମ ଆଗରେ କହିଛନ୍ତି ।

ନର୍ସ ନିହାରିକା ହତ୍ୟା ମାମଲା, ମାନବଧିକାର କମିଶନଙ୍କ ପାଖରେ ପରିବାର


ରାଜା ଏକା ଏପରି କାମ କରିପାରିବ ନାହିଁ । ଏହି ଘଟଣାରେ ଅନେକଙ୍କ ହାତ ରହିଛି । ରାଜାର ସହଯୋଗୀ ମନେ ମଧ୍ୟ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି । ସେମାନଙ୍କୁ ଗିରଫ କରିବା ସହ ଫାଶୀଦଣ୍ଡ ଦିଆଯାଉ ବୋଲି ନିହାରିକର ମାଆ କହିଛନ୍ତି । ଏନେଇ ଏକ ରାଜ୍ୟ ମାନବ ଅଧିକାରର ସଦସ୍ୟ ପ୍ରଦୀପ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅଭିଯୋଗ କରିଛନ୍ତି ନିହାରିକର ବାପା ମା' ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 4, 2019, 9:44 AM IST

ABOUT THE AUTHOR

...view details