ଓଡିଶା

odisha

ଭୁବନେଶ୍ୱରରେ ଭୟଙ୍କର ସ୍ଥିତି: ବର୍ଷକରେ ବଢିଛି ଆତ୍ମହତ୍ୟା ମାମଲା, ସର୍ବାଧିକ ପୁରୁଷ

By

Published : Dec 29, 2021, 9:04 AM IST

Updated : Dec 29, 2021, 11:35 AM IST

ମହାମାରୀ ଯୋଗୁଁ କେତେ ଯେ ଜୀବିକା ହରାଇଛନ୍ତି ତାର ହିସାବ ନାହିଁ । ଅନେକ ଏ ଯାଏଁ ପୁନଃ ନିଯୁକ୍ତି ପାଇ ନାହାନ୍ତି । ଗୋଟିଏ ଓଳି ଖାଇବା ଯୋଗାଡ କରିବାରୁ ଏବେ ବି ସଂଘର୍ଷ ଜାରି ରହିଛି । ସମସ୍ୟାରୁ ମୁକୁଳିବା ପାଇଁ ବାଟ ଖୋଜୁଛି ମଣିଷ । ଯେତେବେଳେ ପରିବାର ପ୍ରତିପୋଷଣ କରିବାରେ ଅସକ୍ଷମ ହଏ ଅସହାୟ ହୋଇପଡେ ପୁରୁଷ । ଫଳରେ ଆତ୍ମହତ୍ୟା ବାଟକୁ ବାଛି ନିଏ । କୋରୋନାରେ ଭୁବନେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି । ଅଧିକ ପଢନ୍ତୁ

ବର୍ଷକରେ ୨୭୭ଜଣ କରିଛନ୍ତି ଆତ୍ମହତ୍ୟା
ବର୍ଷକରେ ୨୭୭ଜଣ କରିଛନ୍ତି ଆତ୍ମହତ୍ୟା

ଭୁବନେଶ୍ବର: ମହାମାରୀ ଯୋଗୁଁ କେତେ ଯେ ଜୀବିକା ହରାଇଛନ୍ତି ତାର ହିସାବ ନାହିଁ । ଅନେକ ଏ ଯାଏଁ ପୁନଃ ନିଯୁକ୍ତି ପାଇ ନାହାନ୍ତି । ଗୋଟିଏ ଓଳି ଖାଇବା ଯୋଗାଡ କରିବାକୁ ଏବେ ବି ସଂଘର୍ଷ ଜାରି ରହିଛି । ସମସ୍ୟାରୁ ମୁକୁଳିବା ପାଇଁ ବାଟ ଖୋଜୁଛି ମଣିଷ । ଯେତେବେଳେ ପରିବାର ପ୍ରତିପୋଷଣ କରିବାରେ ଅସକ୍ଷମ ହୁଏ ଅସହାୟ ହୋଇପଡେ ମଣିଷ । ଫଳରେ ଆତ୍ମହତ୍ୟା ବାଟକୁ ବାଛି ନିଏ । କୋରୋନାରେ ଭୁବନେଶ୍ବରରେ ଭୟଙ୍କର ସ୍ଥିତି ଉପୁଜିଛି । ରୋଜଗାର ନ କରି ପାରି ୨୦୨୧ରେ ୨୭୭ଜଣ ଆତ୍ମହତ୍ୟା କରିଛନ୍ତି । ୨୨ ଟି ଥାନା ଅଞ୍ଚଳରେ ୧୫୫୪ ଟି ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ସାମ୍ନାକୁ ଆସିଛି ।

ବର୍ଷକରେ ୨୭୭ଜଣ କରିଛନ୍ତି ଆତ୍ମହତ୍ୟା

୨୦୨୦ରେ ୧୫୮୩ ଥିଲାବେଳେ ୨୦୧୯ରେ ୧୪୮୩ଟି ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ଚଳିତ ବର୍ଷ ୨୭୭ ଆତ୍ମହତ୍ଯା ମାମଲାରୁ ୧୯୦ ଜଣ ପୁରୁଷ ଓ ୮୭ଜଣ ମହିଳା ଆତ୍ମହତ୍ୟା କରିଛନ୍ତି । ଗୁରୁତ୍ବପୁର୍ଣ୍ଣ କଥା‌ ହେଉଛି ଚଳିତବର୍ଷ ମହିଳାଙ୍କ ତୁଳନାରେ ୩ଗୁଣା ପୁରୁଷ ଆତ୍ମହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ବିଷ ପିଇ ୭୭ ଜଣ ପୁରୁଷ ଓ ୪୨ ଜଣ ମହିଳା, ଫାଶୀ ଲଗାଇ ୭୭ ଜଣ ପୁରୁଷ ଓ ୪୨ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି। ପାଣିରେ ବୁଡି ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ମୃତ୍ୟୁ ହୋଇଛି।

ଖଣ୍ଡଗିରି ଥାନାରେ ସର୍ବାଧିକ ୬୮ ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବାବେଳେ କ୍ୟାପିଟାଲ ଥାନାରେ ୨୦ ଟି, ନୟାପଲ୍ଲୀ ଥାନାରେ ୧୭ ଟି ତଥା ବାଲିଅନ୍ତା ଏବଂ ବାଲିପାଟଣା ଥାନାରେ ୧୫ ଟି ଲେଖାଏଁ ଆତ୍ମହତ୍ୟା ମାମଲା ରୁଜୁ ହୋଇଛି। ସେହିପରି ଏୟାରପୋର୍ଟ୍ ତଥା ତମଣ୍ଡୋ ଥାନାରେ ସର୍ବନିମ୍ନ ୨ ଟି ଲେଖାଏଁ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବାବେଳେ ଏୟାରଫିଲ୍ଡ ଥାନାରେ ୩ ଟି, ଖାରବେଳନଗର ଓ ନନ୍ଦନକାନନ ଥାନାରେ ୫ ଟି ଲେଖାଏଁ ଏବଂ ଶ୍ରୀ ଲିଙ୍ଗରାଜ, ଧଉଳି, ଲକ୍ଷ୍ମୀସାଗର ତଥା ଇନ୍ଫୋସିଟି ଥାନା ମାନଙ୍କରେ ୬ ଟି ଲେଖାଏଁ ଆତ୍ମହତ୍ୟା ମାମଲା ରୁଜ୍ଜୁ ହୋଇଛି।

ଏହି ସମସ୍ୟା ଏବେ ଯାହା‌ ଏବେ ଏକ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି। କୋରୋନା ପ୍ରଭାବ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଛି । ଯାହାକୁ ସହି ନପାରି ଲୋକେ ଏପରି ପଦକ୍ଷେପ ନେଉଥିବା ସେ କହିଛନ୍ତି। କାରଣ ପୁରୁଷ ଲୋକଟି ପରିବାର ପାଇଁ ରୋଜଗାର ଉତ୍ସ। କୋରୋନା ସମୟରେ ଏହା ତାଙ୍କୁ ସମସ୍ୟାରେ ପକାଇଥିଲା । ବିଶେଷ କରି ଭୁବନେଶ୍ବର ଭଳି ସହରରେ ଏପରି ସ୍ଥିତି ସହରବାସୀଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି। ଏଥିପାଇଁ ସାମାଜିକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ଡିଜିପି ସଞ୍ଜୀବ ମାରିକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 29, 2021, 11:35 AM IST

ABOUT THE AUTHOR

...view details