ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ବଢୁଛି କୋରୋନା ଆକ୍ରାନ୍ତ ସଂଖ୍ୟା । ହେଲେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ କୋରୋନା ସଂକ୍ରମିତଙ୍କ ଅଧିକ ରହିଛି । ବସ୍ତି ଅଞ୍ଚଳରୁ ଏବେ 201 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅଣ ବସ୍ତି ଅଞ୍ଚଳରୁ 657 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପ୍ରତି ବସ୍ତିରେ ବସ୍ତି କମିଟି କରାଯାଇଛି । ସେମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ମାଡୁଛି ସଂକ୍ରମିତଙ୍କ ସଂଖ୍ୟା, ବଢିବ କୋଭିଡ ଶଯ୍ୟା ସେହିପରି ଭୁବନେଶ୍ବରରେ ଏବେ 1500 କୋଭିଡ ଶଯ୍ୟା ବୃଦ୍ଧି କରାଯିବ । ବର୍ତ୍ତମାନ ଏଠାରେ 6ଟି କୋଭିଡ କେୟାର ହୋମ ରହିଥିବା ବେଳେ 870 ଶଯ୍ୟା ରହିଛି । ସେହିପରି 7ଟି ସ୍ଥାନରେ ବଢିବ କୋଭିଡ ଶଯ୍ୟା । ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ 150 ଶଯ୍ୟା ରହିଥିବା ବେଳେ 31 ଆଇସିୟୁ ରହିଛି । ଡୁମଡୁମାରେ ୟୁସିଏଚସିରେ 60 ଶଯ୍ୟା ରହିଛି । କର୍ପୋରେଟ ହାଉସ ଓ ଇଣ୍ଡଷ୍ଟ୍ରି ଅଞ୍ଚଳରେ 250 ଶଯ୍ୟା କରାଯାଇଛି । ଏନଜିଓ ମାଧ୍ୟମରେ 100 ଶଯ୍ୟା କରାଯାଇଛି । ବିଧାୟକମାନଙ୍କ ସହଯୋଗରେ 50 ଶଯ୍ୟା ପ୍ରସ୍ତୁତ କରାଯାଇଛି । ଘାଟିକିଆରେ 75 ଟି ଶଯ୍ୟା କରାଯାଇଛି। । ଖ୍ରୀଷ୍ଟ, ମୁସିଲମ ଓ ଗୁରୁଦ୍ବାର ଧର୍ମାବଲମ୍ବୀମାନେ 200 ଶଯ୍ୟା ବିଶିଷ୍ଟ ପ୍ରସ୍ତୁତ କରିଛନ୍ତି ।
ଭୁବନେଶ୍ବରର 4 ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିଛି । ରାପିଡ ରେସପନ୍ସ ଟିମ 9 ରୁ 15କୁ ବୃଦ୍ଧି କରାଯାଇଛି । ବସ୍ତିର ହଟସ୍ପଟ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧରେ ରଖାଯାଉଛି । ଜଣେ ଲୋକ ପାଇଁ 160 ଲୋକମାନେ ପଜିଟିଭରେ ଆକ୍ରାନ୍ତ ହୋଇଛନ୍ତି । ସେଥିପାଇଁ ସମସ୍ତ ଇଣ୍ଡଷ୍ଟ୍ରି ଓ ମିଲକୁ ସତର୍କ କରାଯାଇଛି । ମଇଶିଖାଲ ଅଞ୍ଚଳରୁ ଶନିବାର ସର୍ବାଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀର 4ଟି ସ୍ଥାନ କଣ୍ଟେନମେଣ୍ଟ ଜୋନରେ ରହିଛି ।
ସେହିପରି ରାଜଧାନୀରେ 15ଟି ଆରଆରଟି କାର୍ଯ୍ୟ କରୁଛନ୍ତି । ସଚେତକ ଆପ ମାଧ୍ୟମରେ ନିଜ ୱାର୍ଡରେ କେରୋନା ସ୍ଥିତି ଜାଣିପାରିବେ । ବସ୍ତି ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ଲାନ କରାଯାଇଛି । ଭୁବନେଶ୍ବରରେ କୋରୋନା ସ୍ଥିତିକୁ ନେଇ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି ଯେ, ଭୁବନେଶ୍ବରରେ ଏବେ ଟେଷ୍ଟକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଦିନକୁ 14 ଶହରୁ ଅଧିକ ଟେଷ୍ଟ କରାଯିବା ସହ ସମସ୍ତ ୱାର୍ଡରେ ସଚେତକ ୱାର୍ଡ ରହିଛନ୍ତି । କୋରୋନା ମୁକାବିଲା କରିବା ପାଇଁ ପ୍ରତି ବସ୍ତିରେ ସରକାରଙ୍କ ପ୍ଲାନ ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ