ଓଡିଶା

odisha

ETV Bharat / city

ରାଜ୍ୟରେ ବଢୁଛନ୍ତି ନିଶାଡୀ: ବର୍ଷକରେ ୨୫ ହଜାର ନେଲେଣି ନିଶା ନିବାରଣ ପରାମର୍ଶ

ରାଜ୍ୟରେ ବଢୁଛି ନିଶାଡୀଙ୍କ ସଂଖ୍ୟା । ଗୋଟିଏ ବର୍ଷରେ ୨୫ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ନିଶା ନିବାରଣ ଚିକିତ୍ସା ଓ ପରାମର୍ଶ ଦିଆଯାଇଛି । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛନ୍ତି ନିଶାଡୀ: ବର୍ଷକରେ ୨୫ ହଜାର ନେଲେଣି ନିଶା ନିବାରଣ ପରାମର୍ଶ
ରାଜ୍ୟରେ ବଢୁଛନ୍ତି ନିଶାଡୀ: ବର୍ଷକରେ ୨୫ ହଜାର ନେଲେଣି ନିଶା ନିବାରଣ ପରାମର୍ଶ

By

Published : Jul 30, 2022, 7:49 AM IST

ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛନ୍ତି ନିଶାଡୀଙ୍କ ସଂଖ୍ୟା । ନିଶା ନିବାରଣ ଚିକିତ୍ସା ଓ ପରାମର୍ଶ ନେଇ ମିଳିଥିବା ତଥ୍ୟରୁ ଏହା ଜଣାପଡିଛି । ଗୋଟିଏ ବର୍ଷରେ ୨୫ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ନିଶା ନିବାରଣ ଚିକିତ୍ସା ଓ ପରାମର୍ଶ ଯୋଗାଇ ଦିଆଯାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ''୨୦୨୧-୨୨ ଆର୍ଥିକ ବର୍ଷରେ ନିଶା ନିବାରଣ କେନ୍ଦ୍ରମାନଙ୍କ ଦ୍ବାରା ମୋଟ ୨୫,୬୩୦ ଜଣ ବ୍ୟକ୍ତିଙ୍କୁ ନିଶା ନିବାରଣ ଚିକିତ୍ସା ପରାମର୍ଶ ଯୋଗାଇ ଦିଆଯାଇଛି । ଏହି ବ୍ୟକ୍ତିଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରୁ ସର୍ବାଧିକ ୨୯୭୭ ଜଣ ରହିଛନ୍ତି ।''

''ଏହା ପଛକୁ ଖୋର୍ଦ୍ଧାରୁ ୨୦୨୧, ପୁରୀରୁ ୨୦୧୨, ଗଞ୍ଜାମରୁ ୧୫୬୪, ନୟାଗଡରୁ ୧୪୨୫, କଟକରୁ ୧୩୭୫, ସମ୍ବଲପୁରରୁ ୧୩୪୮ ଓ ଅନୁଗୁଳରୁ ୧୨୮୬ ଜଣ ରହିଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ପରାମର୍ଶ ଗ୍ରହଣ କରିଥିବା ନିଶାଡିଙ୍କ ସଂଖ୍ୟା ତିନି ଅଙ୍କରେ ଥିବାବେଳେ ସବୁଠାରୁ କମ୍‍ ସୁନ୍ଦରଗଡରେ ଜିଲ୍ଲା ରହିଛି । ସୁନ୍ଦରଗଡ ଜିଲ୍ଲାରୁ ମାତ୍ର ୨୩୯ ଜଣଙ୍କୁ ନିଶା ନିବାରଣ ଚିକିତ୍ସା ଓ ପରାମର୍ଶ ଦିଆଯାଇଛି ।''

ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ''ମାଦକ ଦ୍ରବ୍ୟ ବ୍ୟବହାର ହ୍ରାସ, ନିଶା ନିବାରଣ ପାଇଁ ରାଜ୍ୟ ସରକାର 'ଦିଶା' ନାମରେ ଏକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ନିଶା ନିବାରଣ ଅଭିଯାନ, ଦକ୍ଷତା ତାଲିମ, ପରାମର୍ଶ ଓ ତାଲିମ କେନ୍ଦ୍ର, ନିଶା ନିବାରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ପୁରୀ ଓ ଜଟଣୀରେ ୨ଟି ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ଲାଗି ୧୩ କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରାଯାଇଛି । ନିଶାଗ୍ରସ୍ତଙ୍କୁ ଚିହ୍ନଟ ଓ ଚିକିତ୍ସା ପାଇଁ ୨୯ଟି ଜିଲ୍ଲାରେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ୪୧ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି । ଏହାଛଡା ୮ଟି ଓଡିଆଇସି ଓ ୪ଟି ସିପିଏଲ୍‍ଆଇ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି । ସମ୍ପ୍ରସାରଣ ଓ ଚିହ୍ନଟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ସହିତ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଚିକିତ୍ସା କେନ୍ଦ୍ରମାନଙ୍କୁ ପଠାଇବାର ବ୍ୟବସ୍ଥା କରାଯାଇଛି । ସମଗୋଷ୍ଠୀ ସହଯୋଗ ହସ୍ତକ୍ଷେପ କେନ୍ଦ୍ର ବା ସିପିଏଲ୍‍ଆଇ ମାଧ୍ୟମରେ ନିଶାଗ୍ରସ୍ତ ବ୍ୟକ୍ତିଙ୍କ ଚିହ୍ନଟ ଓ ଚିକିତ୍ସା ପାଇଁ ସରକାର ନିରନ୍ତର କାର୍ଯ୍ୟକ୍ରମର ବ୍ୟବସ୍ଥା କରିଛନ୍ତି ।''

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details