ଓଡିଶା

odisha

ରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

By

Published : Sep 22, 2022, 9:01 AM IST

ଭୁବନେଶ୍ୱରରେ ନୂଆ ଡେଙ୍ଗୁରୋଗୀ ସଂଖ୍ୟା କମ ରହିଛି । ନୂଆ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ଗତବର୍ଷ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ଦୈନିକ ରୋଗୀ ସଂଖ୍ୟା ହ୍ରାସ ପାଉଛି । ଟେଷ୍ଟିଂ ପଜିଟିଭ ରିପୋର୍ଟ ବା TPR ୬୦ରୁ ୩୦କୁ ହ୍ରାସ ପାଇଛି । ଅଧିକ ପଢନ୍ତୁ

ରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା
ରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: କମିଛି ଡେଙ୍ଗୁ ରୋଗୀ ସଂଖ୍ୟା । ନୂଆ ରୋଗୀ ଚିହ୍ନଟ ସତ୍ତ୍ବେ ଗତବର୍ଷ ତୁଳନାରେ କମ୍ ରହିଛି ଡେଙ୍ଗୁ ରୋଗୀ ସଂଖ୍ୟା । ଟେଷ୍ଟିଂ ପଜିଟିଭ ରିପୋର୍ଟ ବା TPR ୬୦ରୁ ୩୦କୁ ହ୍ରାସ ପାଇଛି । ଏଥିସହ ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ପୁଣି ଚିହ୍ନଟ ହୋଇଛନ୍ତି ୩୨ ନୂଆ ଡେଙ୍ଗୁ ରୋଗୀ ।

ତେବେ ସୂଚନା ଅନୁଯାୟୀ, ଭୁବନେଶ୍ବରରେ ନୂଆ ଡେଙ୍ଗୁରୋଗୀ ସଂଖ୍ୟା କମ ରହିଛି । ନୂଆ ଡେଙ୍ଗୁରୋଗୀ ଚିହ୍ନଟ ହେଉଥିଲେ ମଧ୍ୟ ଗତବର୍ଷ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି । ତେବେ ଦୈନିକ ରୋଗୀ ସଂଖ୍ୟା ହ୍ରାସ ପାଉଛି । ଟେଷ୍ଟିଂ ପଜିଟିଭ ରିପୋର୍ଟ ବା TPR ୬୦ରୁ ୩୦କୁ ହ୍ରାସ ପାଇଛି । ଗତବର୍ଷ ଏହି ସମୟରେ ୧୫ ହଜାର ୧୯୪ ନମୂନା ପରୀକ୍ଷା କରାଯାଇଥିବା ବେଳେ ୩ ହଜାର ୭୫୦ ରୋଗୀ ଚିହ୍ନଟ ହୋଇଥିଲେ । ବର୍ଷା ଯୋଗୁଁ ଏହା କିଛି ଦିନ ହେବ ବଢିଥିବା ବେଳେ ବିଏମସି ଏହି ଦିଗରେ ସଚେତନ ଓ ସଜାଗ ରହିଛି ବୋଲି କହିଛନ୍ତି ବିଏମସି କମିଶନର ।

ରାଜଧାନୀରେ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ଏହା ଛଡା ଗତ ୨୪ ଘଣ୍ଟାରେ ଭୁବନେଶ୍ବରରୁ ପୁଣି ଚିହ୍ନଟ ହୋଇଛନ୍ତି ୩୨ ନୂଆ ଡେଙ୍ଗୁ ରୋଗୀ । ଏହା ମିଶି ଭୁବନେଶ୍ବରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୯୬୫କୁ ବୃଦ୍ଧି । ଅନ୍ୟପଟେ ୫୭ ଜଣ ରୋଗୀଙ୍କ ପରିଚୟ ମିଳିନାହିଁ । ତେବେ ଜାନୁଆରୀ ପହିଲାରୁ ୨୦ ତାରିଖ ମଧ୍ୟରେ ଚିହ୍ନଟ ହୋଇଛନ୍ତି ଏହି ସମସ୍ତ ରୋଗୀ । ଜୁନ ମାସରୁ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜୁନରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୯ ରହିଥିଲା । କିନ୍ତୁ ଏହା ଜୁଲାଇରେ ହଠାତ ୨୦୩କୁ ବୃଦ୍ଧି ପାଇଥିଲା । ଏହା ପର ଠାରୁ ଅଗଷ୍ଟ ମାସରେ ସଂଖ୍ୟା ବୃଦ୍ଧି ପାଇ ୭୬୩ରେ ପହଞ୍ଚି ଥିବାବେଳେ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ଚିହ୍ନଟ ହେଲେଣି ୯୬୭ ଜଣ ରୋଗୀ।

ଭୁବନେଶ୍ବରରେ ବିକ୍ଷିପ୍ତ ଭାବେ ଏଡିସ ମଶା କାୟା ବିସ୍ତାର କରିବାରେ ଲାଗିଛି । ତେବେ ମୁଖ୍ୟତଃ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହାର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ନିଳାଦ୍ରୀ ବିହାର ଅଞ୍ଚଳରେ ସର୍ବାଧିକ ୩୦୬ ଜଣ ଚିହ୍ନଟ ହୋଇଥିବା ବେଳେ ନୟାପଲ୍ଲୀରୁ ୨୧୨ , ସାଲିଆସାହିରୁ ୧୬୮, ଆଇଆରସି ଭିଲେଜରୁ ୧୪୬ , ୟୁନିଟ 3ରୁ ୧୧୯ ଓ ଜୟଦେବ ବିହାର ଅଞ୍ଚଳରୁ ୭୬ ଜଣ ଚିହ୍ନଟ ହୋଇଛନ୍ତି । ତେବେ ସରକାରୀ ଭାବେ ଡେଙ୍ଗୁ ଜନିତ ମୃତ୍ୟୁ ନଥିବା ବେଳେ ଖୋର୍ଦ୍ଧା ସମେତ ଦକ୍ଷିଣ ଓଡ଼ିଶା ଓ ଉପକୂଳ ଜିଲ୍ଲାରେ ମଧ୍ୟ ଡେଙ୍ଗୁର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ ଏଡିସ ମଶାକୁ ବଂଶ ବିସ୍ତାର ପାଇଁ ସହାୟକ ହୋଇଛି ।

ଏନେଇ ଆଗକୁ ପୁଣି ବର୍ଷା ଥିବାରୁ ଏକ ମାସ ପର୍ଯ୍ୟନ୍ତ ଅଧିକ ସଚେତନ ରହିବା ଜରୁରୀ ବୋଲି କୁହାଯାଇଛି । ଭୁବନେଶ୍ବରରେ ସ୍ଥିତି ସଙ୍ଗୀନ ଥିବା ବେଳେ ଏହାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ସାପ୍ତାହିକ ଗୁରୁବାର ଓ ରବିବାର ଦୁଇ ଦିନ ଡ୍ରାଏ ଡେ ପାଳନ ସହ ପଥପ୍ରାନ୍ତ ନାଟକ ଓ ଶୋଭାଯାତ୍ରା ଜରିଆରେ ଜନ ସଚେତନତା ସୃଷ୍ଟି ଜାରି ରହିଛି । ଏହା ସହିତ ମଶା ବଂଶ ବିସ୍ତାରର ସମ୍ଭାବ୍ୟ ସ୍ଥାନ ଗୁଡିକୁ ଚିହ୍ନଟ କରି ବୁସ କଟିଂ କରାଯାଉଛି । ତେବେ ବର୍ଷା ଓ ପାଣିପାଗ ଯୋଗୁଁ ମଶା ଧୂଆଁ ସାମୟିକ ଭାବେ ବାଧାପ୍ରାପ୍ତ ରହିଥିବା ନେଇ ବିଏମସି ପକ୍ଷରୁ କୁହାଯାଇଛି ।

ତେବେ ପାଗ ଶୁଖିଲା ହେବା ପରେ ତୁରନ୍ତ ମଶା ଧୂଆଁ ଛଡ଼ାଯିବ ବୋଲି ବିଏମସି କମିଶନର କହିଛନ୍ତି । ଆଗକୁ ବର୍ଷା ଥିବାରୁ ଡେଙ୍ଗୁର ପ୍ରକୋପ ବଢିବା ସହିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏଣୁ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଆମକୁ ସଚେତନ ଓ ଯତ୍ନବାନ ହେବାକୁ ବିଏମସି କମିଶନର ରାଜଧାନୀବାସୀଙ୍କୁ ଅପିଲ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details