ଓଡିଶା

odisha

ETV Bharat / city

ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856, ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି - state updates

ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2781, ସୁସ୍ଥ ହେଲେ 1716
ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2781, ସୁସ୍ଥ ହେଲେ 1716

By

Published : Jun 7, 2020, 7:00 AM IST

Updated : Jun 7, 2020, 1:00 PM IST

12:59 June 07

ଭୁବନେଶ୍ବରରୁ ପୁଣି 2 ଆକ୍ରାନ୍ତ ଚିହ୍ନଟ, ମୋଟ ପଜିଟିଭ ସଂଖ୍ୟା 88କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ପୁଣି 2 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାର 18 ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ବରର 2 ଜଣ ରହିଛନ୍ତି । ଆକ୍ରାନ୍ତ ଦୁଇଜଣ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ଓ ସେମାନେ ଦିଲ୍ଲୀ ଫେରନ୍ତା ବୋଲି ଜଣାପଡିଛି ।  

ରାଜଧାନୀ ଆକ୍ରାନ୍ତ ଦୁଇ ଜଣ ପଟିଆ ଅଞ୍ଚଳର ବୋଲି ଜଣାପଡିଛି । ଜଣେ 40 ବର୍ଷ ବୟସ୍କ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ 8 ବର୍ଷର ଶିଶୁ ହୋଇଥିବା ସୂଚନା ମିଳିଛି । ଉଭୟ ଦିଲ୍ଲୀ ଦିଲ୍ଲୀରୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଅନ୍ୟପଟେ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା 88 ରହିଥିବା ବେଳେ 51 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 34ଟି ସକ୍ରିୟ ମାମଲା ରହିଥିବା ବେଳେ 3 ଜଣଙ୍ତ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି ।  

11:26 June 07

ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856, ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

11:26 June 07

ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856, ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

11:17 June 07

ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856, ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856, ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି 16ଟି ଜିଲ୍ଲାରେ 75 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2856ରେ ପହଞ୍ଚିଛି ।  ଅନ୍ୟପକ୍ଷରେ 1129ଟି ସକ୍ରିୟ ମାମଲା ରହିଥିବା ବେଳେ 1716ଜଣ ସୁସ୍ଥ ହେଲେଣି । ସେହିପରି 9 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣକ ଗଞ୍ଜାମରୁ ହୋଇଥିବା  

ଆଜି 16 ଜିଲ୍ଲାରେ 75 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ 72ଜଣ ଆକ୍ରାନ୍ତ ରହିଥିବା ବେଳେ 3 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।  

ଜଗତସିଂହପୁରରେ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ 18 ଜଣ, କୋରାପୁଟରେ 2, ଯାଜପୁରରେ 7, କେନ୍ଦୁଝରରେ 1, ଗଂଜାମରେ 1, ନୟାଗଡରେ 4, କଟକ 5, ଅନୁଗୋଳରେ 2, ଢେଙ୍କାନାଳ 2, ବଲାଙ୍ଗୀରରେ 5, ସୁନ୍ଦରଗଡରେ 18, ପୁରୀରେ 1, ନୂଆପଡାରେ 1, ସୋନପୁରରେ 3, କେନ୍ଦ୍ରାପଡାରେ 3 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ 176098 ଟି ନମୁନା ପରୀକ୍ଷା ହୋଇଛି ।  

06:26 June 07

ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2781, ସୁସ୍ଥ ହେଲେ 1716

ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2781, ସୁସ୍ଥ ହେଲେ 1716

ଭୁବନେଶ୍ବର: ରାଜ୍ୟରେ ଶନିବାର 14ଟି ଜିଲ୍ଲାରୁ ସର୍ବାଧିକ 173 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2781ରେ ପହଞ୍ଚିଛି । ଅନ୍ୟପକ୍ଷରେ 1167ଟି ସକ୍ରିୟ ମାମଲା ରହିଥିବା ବେଳେ 1716  ଜଣ ସୁସ୍ଥ ହେଲେଣି । ସେହିପରି 8 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟର ଗଞ୍ଜାମରେ 64 ଜଣ କୋରୋନା ପଜିଟିଭ ରହିଥିବା ବେଳେ ଯାଜପୁରରେ 19, ଖୋର୍ଦ୍ଧାରେ 9, ଝାରସୁଗୁଡାରେ 1, ନୟାଗଡରେ 7, କଟକରେ 13, ମୟୂରଭଞ୍ଜରେ 13, ଭଦ୍ରକରେ 4, କଳାହାଣ୍ଡିରେ 2, ଗଜପତିରେ 10, ବଲାଙ୍ଗୀରରେ 11, ବାଲେଶ୍ବରରେ 11, ପୁରୀରେ 1 ଓ ନୂଆପଡାରେ 8 ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟ 9 ଟି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଦେଖିବାକୁ ମିଶିଛି ।  

Last Updated : Jun 7, 2020, 1:00 PM IST

ABOUT THE AUTHOR

...view details