ଓଡିଶା

odisha

By

Published : Jul 12, 2021, 7:53 PM IST

ETV Bharat / city

ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ପ୍ରତିବାଦ

ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ଆଦିର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ପ୍ରତିବାଦ । ଅଧିକ ପଢନ୍ତୁ....

ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ପ୍ରତିବାଦ
ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ପ୍ରତିବାଦ

ଭୁବନେଶ୍ବର: ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ ଆଦିର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ ଓ ପଦଯାତ୍ରା। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାହାରି NSUIର ଜାତୀୟ ସମ୍ପାଦିକା ଅନୁଲେଖା ବୁଶାଙ୍କ ନେତୃତ୍ବରେ ଶତାଧିକ ଛାତ୍ର କଂଗ୍ରେସର କର୍ମୀଙ୍କ ସମେତ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟସିର ନୱାଜ ଏହି ପ୍ରତିବାଦ ପଦଯାତ୍ରାରେ ସାମିଲ ହୋଇ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ଆସିଥିଲେ ।

ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସର ପ୍ରତିବାଦ

ବିମାନ ବନ୍ଦରରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ଏକ ପଟୁଆରରେ ବାହାରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଦଳୀୟ କର୍ମକର୍ତ୍ତା । କିଛି କର୍ମୀ କାନ୍ଧରେ ଗ୍ୟାସ ସିଲିଣ୍ଡର ବୋହି ଅଭିନବ ପ୍ରଦର୍ଶନ କରିଥିଲେ। ଦରଦାମ ବୃଦ୍ଧି ପ୍ରତିବାଦରେ ଏହି ପଦଯାତ୍ରା ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ବୋଲି ସ୍ଲୋଗାନ ଦେଇଥିଲା ଛାତ୍ର କଂଗ୍ରେସ ।

ତୁରନ୍ତ ପେଟ୍ରୋଲ ,ଡିଜେଲ, ଗ୍ୟାସ,ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ହ୍ରାସ କରିବାକୁ ଦାବି କରିଥିଲେ ଛାତ୍ର କଂଗ୍ରେସ । ଏହା ସହିତ ଯେହେତୁ ତୃତୀୟ ଲହର ଆଗକୁ ଆସୁଛି, ଛାତ୍ରଛାତ୍ରୀଙ୍କୁ ନିଶୁଳ୍କ ଟୀକା ପ୍ରଦାନ କରିବାକୁ ଦାବି କରିଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲ ଛକରେ ପୋଲିସର ବ୍ୟାରିକେଡକୁ ଧସେଇ ପଶିଥିଲେ ଛାତ୍ର କଂଗ୍ରେସ କର୍ମୀ । ତେବେ ଯେଉଁ ପର୍ଯ୍ୟନ୍ତ ଦରଦାମ ନ କମିଛି, ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details