ଭୁବନେଶ୍ବର: ଚଳିତ ବର୍ଷ ଆବେଦନ ପତ୍ର ଭରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ଦଶମ ପରୀକ୍ଷା ଦେଇନାହାନ୍ତି । ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଏପରି ସମାନ ସ୍ଥିତି ଦେଖିବାକୁ ମିଳିଛି । ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ସରକାର ଆଉ ଏକ ତାରିଖ ଧାର୍ଯ୍ୟ କରି ପରୀକ୍ଷା କରିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି । ଏହାସହ ସରକାର ଡ୍ରପଆଉଟ ଛାତ୍ରଙ୍କ ସଂଖ୍ୟା ଦେଖାଉନଥିବା ଅଭିଯୋଗ କରିଛନ୍ତି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ।
ଚଳିତ ବର୍ଷ ୪୩ ହଜାର ୭୭୯ ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ପାଇଁ ଆବେଦନ ପତ୍ର ଭରିଥିଲେ । ହେଲେ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏନେକ ମ୍ୟାଟ୍ରିକ ପରୀକ୍ଷା ଦେଇ ପାରୁନାହାଁନ୍ତି । ସେମାନେ ପରୀକ୍ଷା ଦେଉନଥିବା ବେଳେ ସେମାନଙ୍କ ଆବେଦନ ପତ୍ର ଭରୁଛି କିଏ ବୋଲି ଛାତ୍ର କଂଗ୍ରେସ ପ୍ରଶ୍ନ କରିଛି । ଏହା ଛାତ୍ରମାନେ ବାହାର ରାଜ୍ୟରେ ଦାଦନ ଖଟୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଏଥିପ୍ରତି ଦାୟୀ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି । ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଙ୍କ ପାଇଁ କେବଳ ରାଜ୍ୟ ସରକାର ଦାୟୀ ।