ଭୁବନେଶ୍ବର: ଆଜି(ଗୁରୁବାର) ଛାତ୍ର କଂଗ୍ରେସର ବୈଠକ ବସିଛି । ଏହି ବୈଠକରେ ରାଜ୍ୟରେ ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି । ତେବେ ଏହି ଅବ୍ୟବସ୍ଥା ସମ୍ପର୍କରେ ଛାତ୍ର କଂଗ୍ରେସ ଆଗକୁ ଦୃଢ ବିରୋଧ କରିବ ବୋଲି ବୈଠକରେ ଆଲୋଚନା ହୋଇଛି ।
ରାଜ୍ୟରେ ଦରଦାମ ବୃଦ୍ଧି, ଟୀକାକରଣରେ ବ୍ୟାପକ ଅବ୍ୟବସ୍ଥା, ଅନଲାଇନ ଶିକ୍ଷାରେ ତ୍ରୁଟି ବିଚ୍ୟୁତକୁ ବିରୋଧ କରି ଆଗାମୀ ଦିନରେ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବ । ସେଥିପାଇଁ ଆଜି(ଗୁରୁବାର) ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ଛାତ୍ର କଂଗ୍ରେସ ଏହାକୁ ଦୃଢ଼ ବିରୋଧ କରିବ। ଛାତ୍ର କଂଗ୍ରେସର ସ୍ବର ଉତ୍ତୋଳନ କରୁଛି । ଆଗକୁ ଅଧିକ ଲଢେଇ କରିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟସିର ନବଜ କହିଛନ୍ତି ।