ଓଡିଶା

odisha

ETV Bharat / city

ଛାତ୍ରଛାତ୍ରୀଙ୍କ ଫି ଛାଡ ଦାବିରେ ଛାତ୍ର କଂଗ୍ରେସର ପ୍ରଦର୍ଶନ - କୋରୋନା ଭାଇରସ ଖବର

ଦେଶରେ କୋରୋନା ବିପତ୍ତି ଜାରି ରହିଛି । ଏଭଳି ସମୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଅନଲାଇନ ଜରିଆରେ ପାଠପଢ଼ାର ବ୍ୟବସ୍ଥା ଗ୍ରହଣ କରି ବିପତ୍ତି ସମୟରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ବିଭିନ୍ନ ପ୍ରକାର ଫି ଆଦାୟ କରୁଛନ୍ତି । ଯାହାକୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରିଛି ।

nsui-demonstration-over-fee-collection-of-student-during-covid19-setuation
ଛାତ୍ରଛାତ୍ରୀଙ୍କ ଫି ଛାଡ ଦାବିରେ ଛାତ୍ର କଂଗ୍ରେସର ପ୍ରଦର୍ଶନ

By

Published : Jun 4, 2020, 7:27 PM IST

ଭୁବନେଶ୍ବର: ଦେଶରେ କୋରୋନା ବିପତ୍ତି ଜାରି ରହିଛି । ରାଜ୍ୟର ସ୍କୁଲ, କଲେଜ ଆଦି ଶିକ୍ଷନୁଷ୍ଠାନ ବନ୍ଦ ରହିଛି । ତେବେ କେତେକ ଅନୁଷ୍ଠାନ ଅନଲାଇନ ଜରିଆରେ ପାଠପଢ଼ାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । କିନ୍ତୁ ଏହି ବିପତ୍ତି ସମୟରେ ଶିକ୍ଷାନୁଷ୍ଠାନ ମାନ ଛାତ୍ରଛାତ୍ରୀ ମାନଙ୍କୁ ଠାରୁ ବିଭିନ୍ନ ପ୍ରକାର ଫି ଆଦାୟ କରୁଛନ୍ତି । ଯାହାକୁ ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି ।

ଛାତ୍ରଛାତ୍ରୀଙ୍କ ଫି ଛାଡ ଦାବିରେ ଛାତ୍ର କଂଗ୍ରେସର ପ୍ରଦର୍ଶନ

ଏନେଇ ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ ପାର୍ଟି ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯେଉଁଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଫି ଛାଡ଼ ସହ ଏହାର ଦାଖଲ ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି । ଛାତ୍ର କଂଗ୍ରେସ ସମନ୍ନୟ କମିଟିର ସଦସ୍ୟ ନିରଞ୍ଜନ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ପ୍ରଦର୍ଶନରେ ଏକାଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି ।

ସରକାର ଗରିବ ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରିବା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରିବାକୁ କୁହାଯାଇଛି । ଏଥିପ୍ରତି ସରକାର ଯଦି ସହୃଦୟତାର ସହ ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଏକାଠି କରି ଏହାକୁ ବିରାଟ ପ୍ରତିବାଦ କରାଯିବ ବୋଲି ଦାସ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details