ଭୁବନେଶ୍ବର:ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ମେମ୍ବରଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫ ପରେ ତେଜିବାରେ ଲାଗିଛି ବିବାଦ । ଜୁଡିସିଆଲ ଏନକ୍ବାରି ପାଇଁ ଦାବି କରି OSSC କାର୍ଯ୍ୟାଳୟ ଘେରାଉ କରିଛି ଛାତ୍ର କଂଗ୍ରେସ । ପ୍ରତି ନିର୍ବାଚନରୁ ପିଲାମାନେ ଲାଞ୍ଚ ଦେଇ ଚାକିରୀ ପାଉଥିଲେ । ଏ ନେଇ ଅଭିଯୋଗ କରିଛି କଂଗ୍ରେସ ।
ତଳରୁ ଉପର ପର୍ଯ୍ୟନ୍ତ ଲମ୍ବିଛି ଦୁର୍ନୀତିର ଚେର । ଭଲ ଓ ପାଠୁଆ ପିଲା ସିଲେକ୍ସନରୁ ବଞ୍ଚିତ ରହୁଛନ୍ତି ହେଲେ ଟଙ୍କା ଦେଇ ଏଠି ପିଲା ଚାକିରୀ ପାଉଛନ୍ତି । ଟଙ୍କା ନେଉଥିବା କର୍ମଚାରୀଙ୍କ ଲିଙ୍କ ଉପରକୁ ଲମ୍ବିଥିବା ଅଭିଯୋଗ କରିଛି ଦଳ । ଏନେଇ ହାଇକୋର୍ଟ ଜଜଙ୍କ ତତ୍ତ୍ବାବଧାନରେ ଜୁଡିସିଆଲ ଏନକ୍ବାରି ହେଲେ ଘଟଣାର ସତ ସାମ୍ନାକୁ ଆସିବ ବୋଲି କହିଛି ଛାତ୍ର କଂଗ୍ରେସ । ଏପରିକି ପ୍ରତି ନିର୍ବାଚନରୁ ବିଧାୟକଙ୍କ ରେଫରେନ୍ସରେ ୪ରୁ ୫ଜଣ ଚାକିରୀ ପାଉଛନ୍ତି ଅର୍ଥାତ୍ ଏଠି ଦୁର୍ନୀତିର ଚେର ଚାରିଆଡ଼େ ଖେଳେଇଛି ବୋଲି ସୁର ରାଉତରାୟ ଅଭିଯୋଗ ଆଣି OSSC ଅଫିସ ଘେରିଛନ୍ତି NSUI ।