ଓଡିଶା

odisha

ଲିଙ୍ଗରାଜ ମନ୍ଦିରରେ NSG ଟିମ, ସୁରକ୍ଷା ବ୍ୟବସ୍ଥା କରୁଛନ୍ତି ଯାଞ୍ଚ

ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଏନଏସଜି ଟିମର ସୁରକ୍ଷା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

By

Published : Mar 16, 2021, 12:38 PM IST

Published : Mar 16, 2021, 12:38 PM IST

Updated : Mar 16, 2021, 6:37 PM IST

ETV Bharat / city

ଲିଙ୍ଗରାଜ ମନ୍ଦିରରେ NSG ଟିମ, ସୁରକ୍ଷା ବ୍ୟବସ୍ଥା କରୁଛନ୍ତି ଯାଞ୍ଚ

ଲିଙ୍ଗରାଜ ମନ୍ଦିରରେ NSG ଟିମ, ସୂରକ୍ଷା ବ୍ୟବସ୍ଥା କରୁଛନ୍ତି ଯାଞ୍ଚ
ଲିଙ୍ଗରାଜ ମନ୍ଦିରରେ ଏନଏସଜି ଟିମ, ରାଷ୍ଟ୍ରପତି ଗସ୍ତ ନେଇ ସୁରକ୍ଷା ଯାଞ୍ଚ

ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଏନଏସଜି ଟିମର ସୁରକ୍ଷା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଏନଏସଜିର ୪ ଜଣିଆ ଟିମ ମନ୍ଦିରରେ ପହଞ୍ଚି ସୂରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ମନ୍ଦିରର ସୂରକ୍ଷା ବ୍ୟବସ୍ଥା କିପରି ରହିଛି ତାର ଅନୁଧ୍ୟାନ ଆରମ୍ଭ ହୋଇଛି । ତେବେ ଏହି ଏନଏସଜି ଟିମକୁ ଆବଶ୍ୟକ ସହଯୋଗ ଯୋଗାଉଛି କମିଶନରେଟ ପୋଲିସ ।

ଲିଙ୍ଗରାଜ ମନ୍ଦିରରେ NSG ଟିମ, ସୂରକ୍ଷା ବ୍ୟବସ୍ଥା କରୁଛନ୍ତି ଯାଞ୍ଚ

ବିଭିନ୍ନ ପ୍ରସିଦ୍ଧ ଔତିହ୍ୟ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ତାହାର ଅନୁଧ୍ୟାନ ଆରମ୍ଭ କରିଛି ଏନଏସଜି । ଲିଙ୍ଗରାଜ ମନ୍ଦିରରର ସୂରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପରେ ଉକ୍ତ ଟିମ ପୁରୀ ଯାଇ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା 18 ରେ ଏନଏସଜିର ଏହି ଟିମ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଉଭୟ ମନ୍ଦିରର ସୂରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଏନଏସଜି ଟିମ ଓଡିଶା ଗସ୍ତ କରିବ ବୋଲି ପୂର୍ବରୁ କମିଶନରେଟ ପୋଲିସକୁ ଚିଠି ଲେଖି ଅବଗତ କରିଥିଲା ଏନଏସଜି । ଏନ୍ୟପଟେ କମିଶନରେଟ ପୋଲିସ ଓ ଉଭୟ ମନ୍ଦିରର ପ୍ରଶାସନ ମଧ୍ୟ ଏନଏସଜି ଟିମକୁ ଉପଯୁକ୍ତ ସହଯୋଗ କରିବା ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ଦେଖାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 16, 2021, 6:37 PM IST

ABOUT THE AUTHOR

...view details