ଭୁବନେଶ୍ବର: ଟିକସ ଖିଲାପକାରୀଙ୍କ ପାଇଁ ବିଏମସିର ନୂଆ ଯୋଜନା । ଟିକସ ଫାଙ୍କିଲେ ଘରକୁ ଯିବେ ଏସଏଚଜି ଗ୍ରୁପ । ଏନେଇ ଟ୍ରାନ୍ସଜେଣ୍ଡର ସ୍ବୀକୃତି ସ୍ବଂୟ ସହାୟକ ଗୋଷ୍ଠୀ (ତୃତୀୟ ଲିଙ୍ଗୀ ସଙ୍ଗଠନ) ସହ ଏମଓୟୁ ସ୍ବାକ୍ଷର କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ବୁଧବାର ଭୁବନେଶ୍ବରରେ ରାଜସ୍ବ ବୃଦ୍ଧି ନେଇ ଏକ ଅଭିନବ ପ୍ରୟାସ କରିଛି ବିଏମସି ।
ଏଣିକି ବିଏମସିର ଟ୍ୟାକ୍ସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର - BMC signed Mou with TG sikruti
ଟିକସ ଖିଲାପକାରୀଙ୍କ ଘରକୁ ଯିବେ ଟ୍ରାନ୍ସଜେଣ୍ଡର । ଆଦାୟ କରିବେ ଟିକସ । ଅଧିକ ପଢନ୍ତୁ...
![ଏଣିକି ବିଏମସିର ଟ୍ୟାକ୍ସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର Transgender collect bmc holding tax](https://etvbharatimages.akamaized.net/etvbharat/prod-images/768-512-5417224-thumbnail-3x2-mou.jpg)
ଏଣିକି ବିଏମସିର ଟ୍ୟାକ୍ସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର
ଟ୍ରାନ୍ସଜେଣ୍ଡର ଏସଏଚଜି ଗ୍ରୁପ ସହ ବିଏମସିର ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିବାବେଳେ ଏମାନେ ହୋଲଡିଂ ଟିକସ ଓ ଟ୍ରେଡ ଲାଇନେସ୍ସ ଟିକସ ଫାଙ୍କୁଥିବା ଟିକସ ଆଦାୟ କରିବେ । ଏଥିପାଇଁ ସେମାନଙ୍କୁ ବିଏମସି ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ । ବର୍ତ୍ତମାନ ପ୍ରାୟ 18-20କୋଟି ଟଙ୍କା ଟିକସ ବାକି ପଡିଛି । ତେଣୁ ରାଜସ୍ବ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।
ବିଏମସିର ଟ୍ୟାକ୍ସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ