ଓଡିଶା

odisha

ETV Bharat / city

କମୁଛି ସଂକ୍ରମଣ, ଅଧିକ ସତର୍କତା ପାଇଁ ରାଜ୍ୟବାସୀଙ୍କୁ ଆଇଏଲଏସ ନିର୍ଦ୍ଦେଶକଙ୍କ ପରାମର୍ଶ - ଆଇଏଲଏସ ନିର୍ଦ୍ଦେଶକ

ସେପ୍ଟେମ୍ବର ୨୫ ପରଠାରୁ ରାଜ୍ୟରେ ସଂକ୍ରମଣ ହାର କମିଛି । ଆଗକୁ ପୂଜା ଆସୁଛି ଏଣୁ ଅଧିକ ସଚେତନ ରହିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଲେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

ଅଧିକ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଆଇଏଲଏସ ନିର୍ଦ୍ଦେଶକଙ୍କ ପରାମର୍ଶ
ଅଧିକ ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ଆଇଏଲଏସ ନିର୍ଦ୍ଦେଶକଙ୍କ ପରାମର୍ଶ

By

Published : Oct 16, 2020, 4:15 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ସେପ୍ଟେମ୍ବର ୧୧ ରୁ ୨୫ ମଧ୍ୟରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲା । ପାଖାପାଖି ପ୍ରତିଦିନ ୪୨୦୦ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ତେବେ ସେପ୍ଟେମ୍ବର ୨୫ ତାରିଖ ପରଠାରୁ ସଂକ୍ରମଣ ହାର କମିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ଯା ପାଖାପାଖି ୨ ହଜାରରୁ ୨୫୦୦ ମଝିରେ ରହୁଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।

ଏଥିସହ ସେ କହିଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା କମିନି । ଯାହାକି ଏକ ଭଲ ଟ୍ରେଣ୍ଡ । ମାତ୍ର ବର୍ଷା ଯୋଗୁଁ ସାମ୍ପୁଲ କଲେକ୍ସନ କମିଥିଲା । କିନ୍ତୁ ଦୈନିକ ୫୦ ହଜାର ପର୍ଯ୍ୟନ୍ତ ଟେଷ୍ଟ କରାଯିବ। ବର୍ତ୍ତମାନ ସଂକ୍ରମିତଙ୍କ ହାର ୫ ପ୍ରତିଶତରୁ କମ ରହିଛି ।

କିନ୍ତୁ ଆଗକୁ ପୂଜା ଆସୁଛି । ଏବେ ଅଧିକ ସତର୍କ ରହିବାକୁ ପଡିବ । ଲୋକ ଅବହେଳା କଲେ ସଂକ୍ରମଣ ବଢିବ। ଲୋକେ ସଚେତନ ହୋଇଛନ୍ତି । ଏଭଳି ଆଗକୁ ଜାରି ରଖିବାକୁ ପଡିବ ବୋଲି ସେ କହିଛନ୍ତି ।

ସେହିପରି ରାଜ୍ୟରେ କୋରୋନା ମୃତ୍ୟୁହାର ବଢୁଛି। କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ କୋରୋନା ମୃତ୍ୟୁହାର କମ ରହିଛି। ସେହିପରି ଶୀତ ଦିନରେ ଥଣ୍ଡା ପାଇଁ ସଂକ୍ରମଣ ବଢିବାର ସମ୍ଭାବନା ରହିଛି। ଏଣୁ କୋରୋନା ଅନ୍ୟ ରୋଗ ସହିତ ମିଶିଲେ ଅଧିକ ବଢିବାର ସମ୍ଭାବନା ରହିଛି ।

ତେବେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ କୋରୋନା ଆକ୍ରାନ୍ତ ସଂଖ୍ୟା କମିଛି । କିନ୍ତୁ କୋରୋନା ସମ୍ପୂର୍ଣ୍ଣ କମିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details