ଭୁବନେଶ୍ବର: ରାଜ୍ୟ ସରକାର ସ୍ବତନ୍ତ୍ର ଭାବରେ ପଛୁଆବର୍ଗଙ୍କୁ ଚିହ୍ନଟ କରିବେ । ଏନେଇ ଏକ ଅଲଗା ଜନଗଣନା ହେବ । ସୋମବାର ଏ ସଂକ୍ରାନ୍ତୀୟ ବିଲ ବିଧାନସଭାରେ ପାରିତ ହୋଇଛି । ଓଡିଶା ରାଜ୍ୟ ପଛୁଆବର୍ଗ କମିଶନ ସଂଶୋଧନ ବିଲ-2020 ଗୃହରେ ପାରିତ ହୋଇଛି । ଏହାସହିତ ଏକ ସଂକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଆଗତ କରିଥିଲେ ।
1931 ମସିହାରୁ ପଛୁଆବର୍ଗ ଜନଗଣନା ହୋଇନାହିଁ । ଏବେ ଯେଉଁ ତଥ୍ୟ ଅଛି, ତାହା 90 ବର୍ଷ ପୁରୁଣା । ପଛୁଆବର୍ଗ ପାଇଁ କୌଣସି ତଥ୍ୟ ନାହିଁ । ତେଣୁ 100 ବର୍ଷର ପୁରୁଣା ତଥ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରି ହେବନାହିଁ । ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁସାରେ ପଛୁଆବର୍ଗଙ୍କ ଗଣନା କରାଯିବ ବୋଲି ରାଜନାଥ ସିଂ କହିଥିଲେ । ହେଲେ କେନ୍ଦ୍ର ସରକାର ଏହାକୁ ସାମିଲ କଲେ ନାହିଁ । ପରେ ଏନେଇ କେନ୍ଦ୍ରକୁ ଅବଗତ କରାଯାଇଥିଲା । ଆମ ସାଂସଦ ଏହାକୁ ସଂସଦରେ ମଧ୍ୟ ଉଠାଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।