ଭୁବନେଶ୍ବର: ଏଣିକି ସ୍କୁଲ ଅନ୍ତେବାସୀଙ୍କ ପରିଚାଳନା ଦାୟିତ୍ବ ନେବେ ନାହିଁ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ । ଏନେଇ ନିଖିଳ ଉତ୍କଳ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ନିଷ୍ପତ୍ତି ନେଇଛି । ଏଥର ଶିକ୍ଷକ ଶିକ୍ଷୟିତ୍ରୀ କେବଳ ପାଠ ପଢାଇବା ସହ ଛାତ୍ରାଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ଗଢିବେ ।
ସୂଚନାନୁସାରେ, ଗତ କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ହାତୀବାରୀ ସରକାରୀ ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗରେ ଏକ ଅମାନବୀୟ ଘଟଣା ଘଟିଥିଲା । ଜଣେ ଛାତ୍ରୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଗ୍ରାମବାସୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଏଥିପାଇଁ ଦୋଷ ଦେଇ ନିର୍ଧୂମ ମାଡ ମାରିଥିଲେ । କେବଳ ସେତିକି ନୁହେଁ ଜବରଦସ୍ତି ସ୍କୁଲ ଭିତକୁ ଗାଁର କିଛି ଲୋକ ପଶି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର କରିଥିଲେ । ଏପରିକି ଲୁହା ରଡ଼ ଠାରୁ ଆରମ୍ଭ କରି ବ୍ୟାଟରେ ମୁଣ୍ଡ ଚୁଟି ଘୋଷାରି ମାଡ଼ ମାରିଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା ।