ଓଡିଶା

odisha

ETV Bharat / city

ଜଳକର ଆଦାୟ କରିବେ ଜଳସାଥୀ, ମୁଖ୍ୟମନ୍ତ୍ରୀ ଭରିଲେ 593 ଟଙ୍କା - ମୁଖ୍ୟମନ୍ତ୍ରୀ ଭରିଲେ 593ଟଙ୍କାର ଜଳକର

ଏଣିକି ଜଳସାଥୀ ଆଦାୟ କରିବେ ଜଳକର । ପ୍ରଥମକରି ଆରମ୍ଭ ହେଲା ଜଳସାଥୀ ମିଶନ । ମହିଳା ଜଳସାଥୀ ଘରେ ଘରେ ବୁଲି ଜଳର ଗୁଣବତ୍ତା ପରୀକ୍ଷା କରିବା ସହ ଜଳକର ଆଦାୟ କରିବେ ।

water bill collects by Jalasathi
ଜଳକର ଆଦାୟ କରିବେ ଜଳସାଥୀ

By

Published : Dec 18, 2019, 8:22 PM IST

ଭୁବନେଶ୍ବର: ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା । ଘର ଘର ବୁଲି ଜଳର ଗୁଣବତ୍ତା ପରୀକ୍ଷା କରିବା ସହ ଜଳକର ଆଦାୟ କରିବେ ଜଳସାଥୀ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ରେଲୱେ ଅଡିଟୋରିଅମରେ ଜଳସାଥୀ କାର୍ଯ୍ୟକ୍ରମ ଉଦଘାଟନ କରିଛନ୍ତି । ୱାଟକୋ ଦ୍ବାରା ଏହି ଯୋଜନାକୁ ହାତ ନିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ 593 ଟଙ୍କାର ଜଳକର ପୈଠ କରିଛନ୍ତି ।

ଜଳକର ଆଦାୟ କରିବେ ଜଳସାଥୀ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରର 8ଟି ୱାର୍ଡରେ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିବାବେଳେ ଏହି ୱାର୍ଡରେ 60 ଜଣ ଜଳସାଥୀମାନେ କାମ କରିବେ । ପରେ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ରାଜ୍ୟରେ 5ହଜାର ଜଳସାଥୀ ଚୟନ କରାଯିବା । ଜଳସାଥୀ କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣର ଏକ ଅଭିନବ ଉଦାହରଣ । ପ୍ରଥମ କରି ଗୃହ ଓ ନଗର ଉନ୍ନୟନ ବିଭାଗର ମିଶନ ଶକ୍ତି ମହିଳାଙ୍କୁ ତାଲିମ ପ୍ରଦାନ କରିବା ସହ ବୈଷୟିକ ଓ ପରିଚାଳନା ଜ୍ଞାନ କୌଶଳ ପ୍ରଦାନ କରାଯିବ ।

ଏହି କାର୍ଯ୍ୟ ପାଇଁ ଜଳସାଥୀ ମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ରୂପେ 4ଶହ ଟଙ୍କା ଦିଆଯିବା ସହ କର ଆଦାୟ ଉପରେ 5 ପ୍ରତିଶତ ଟଙ୍କା ଦିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥନାନ କହିଛନ୍ତି । ଭୁବନେଶ୍ବରରେ ନୀଳାଦ୍ରି ବିହାର ଇଶାନେଶ୍ବର ବସ୍ତି, କଳିଙ୍ଗ ନଗର କେ 8ରେ ୱାରଟ ମିଟର ବସିଛି । ଦୈନିକ ପରିବାର ପିଛା 135ଲିଟର ଆବଶ୍ୟକତା ରହିଥିବା ବେଳେ ସରକାର ହଜାର ଲିଟର ପିଛା 4.94 ପଇସା ଶୁଳ୍କ ପଡୁଛି । ଜଳସାଥୀ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜଳସାଥୀ ଯୋଗ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଏକାମ୍ର ବିଧାୟକ ମନ୍ତ୍ରୀ ଅଶୋକ ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସେଣ୍ଟ୍ରାଲ ବିଧାୟକ ଅନନ୍ତ ନାରାୟଣ ଜେନା, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ, ୱାଟକୋ ପରିଚାଳନା ନିର୍ଦ୍ଦେଶକ ଓ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଉପସ୍ଥିତି ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details