ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଣିକି ଆସନ୍ତା ମାସ ଠାରୁ ସବୁ ଜନସେବା କେନ୍ଦ୍ରରେ ମିଳିବ ପରବହନ ସେବା । ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂଲାଇସେନ୍ସ, ମାଲିକାନା ବଦଳ ଭଳି କାମ ପାଇଁ ଆଉ ଆରଟିଓ ଅଫିସ୍ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ ।
ଏଣିକି ଜନସେବା କେନ୍ଦ୍ରରେ ମିଳିବ ଡ୍ରାଇଭିଂ ଲାଇସେନ୍ସ - ଡ୍ରାଇଭିଂ ଲାଇସେନ୍ସ
ଏଥର ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ କିମ୍ବା ଗାଡିର ମାଲିକାନା ବଦଳେଇବା ପାଇଁ ଆଉ ଆରଟିଓ ଧାଇଁବାକୁ ପଡିବନି । ଏହିସବୁ ସୁବିଧା ସବୁ ଜନସେବା କେନ୍ଦ୍ରରେ ଉପଲବ୍ଧ ହେବ ।
ଏଣିକି ଜନସେବା କେନ୍ଦ୍ରରେ ମିଳିବ ଡ୍ରାଇଭିଂ ଲାଇସେନ୍ସ
ସବୁ ଜିଲ୍ଲାର ଜନସେବା କେନ୍ଦ୍ରରେ ଲୋକେ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇପାରିବେ । ଆଗରୁ ମଧ୍ୟ ବହୁବାର ଏଭଳି ନିଷ୍ପତ୍ତି ସରକାର ନେଇଥିଲେ ମଧ୍ୟ ଦୂରଦୃଷ୍ଟି ଅଭାବ ଯୋଗୁଁ ଏସବୁ କାର୍ଯ୍ୟକାରୀ ହୋଇ ପାରୁନଥିଲା । ହେଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ