ଓଡିଶା

odisha

ETV Bharat / city

ଆଧୁନିକତା ଭିତରେ ହଜିଛି ବୌଦ୍ଧିକ ବିକାଶ: ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ - ଆଧ୍ୟାତ୍ମିକ ପାଠାଗାର

ଆଧୁନିକ ସମୟରେ ଗୁରୁ ପରମ୍ପରା ଅନୁଯାୟୀ ଅଧ୍ୟୟନ କରାଇବା ପାଇଁ ଆଧ୍ୟାତ୍ମିକ ପାଠାଗାରର ଆବଶ୍ୟକତା ରହିଛି । ଯାହାକୁ ପୂରଣ କରିବା ପାଇଁ ସ୍ଥାନୀୟ ବାଣୀକ୍ଷେତ୍ର କିସ୍‌ରେ ଗୁଣ୍ଡିଚା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ଓ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର ‘କିଆରା’ର ଶୁଭ ଉଦ୍‌ଘାଟନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 16, 2019, 3:18 AM IST

ଭୁବନେଶ୍ବର: ଆଧୁନିକ ସମୟରେ ଗୁରୁ ପରମ୍ପରା ଅନୁଯାୟୀ ଅଧ୍ୟୟନ କରାଇବା ପାଇଁ ଆଧ୍ୟାତ୍ମିକ ପାଠାଗାରର ଆବଶ୍ୟକତା ରହିଛି । ଯାହାକୁ ପୂରଣ କରିବା ପାଇଁ ସ୍ଥାନୀୟ ବାଣୀକ୍ଷେତ୍ର କିସ୍‌ରେ ଗୁଣ୍ଡିଚା ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ ଓ ସର୍ବସାଧାରଣ ଆଧ୍ୟାତ୍ମିକ ଗ୍ରନ୍ଥାଗାର ‘କିଆରା’ର ଶୁଭ ଉଦ୍‌ଘାଟନ କରାଯାଇଛି । ଏହି ଅବସରରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଉପସ୍ଥିତ ରହି ଲୋକଙ୍କୁ ବୌଦ୍ଧିକ ବିକାଶ ପାଇଁ ମାର୍ଗ ଦର୍ଶନ କରାଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଆଧୁନିକତା ଭିତରେ ବୌଦ୍ଧିକ ବିକାଶ କିପରି ଅବହେଳିତ ତାହା ଉପରେ ଆଲୋକପାତ କରିଥିଲେ। ତାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସମୟରେ ମଣିଷ ଏକ ମେସିନ ପରି ହୋଇଗଲାଣି । ଯାହାର ଉଦ୍ଦେଶ୍ୟ କେବଳ ଅର୍ଥ ଉପାର୍ଜନ କରିବା, ପେଟ ଭରିବା ଓ ସଂସାର ବଢାଇବା । ଫଳରେ ଆଧ୍ୟାତ୍ମିକ ଗ୍ରନ୍ଥ ବେଦ ବେଦାନ୍ତ ଆଦି ଥିବା ସତ୍ତ୍ବେ ବୌଦ୍ଧିକ ଅଧୋପତନ ହେବାରେ ଲାଗିଛି ।

ତେବେ ବର୍ତ୍ତମାନ ସମୟରେ ମଣିଷର ଏପରି ଆଚରଣକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଥିବା ହୃହବୋଧ କରିଛନ୍ତି ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ, କିଟ୍‌ ବିଶ୍ବ ବିଦ୍ୟାଳୟ କୂଳପତି ଡ଼ଃ ହରେକୃଷ୍ଣ ଶତପଥୀଙ୍କ ସମେତ ସ୍ବାମୀ ଶିବ ଚିଦାନନ୍ଦ ସରସ୍ବତୀ, ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ, ବାବା ରାମ ନାରାୟଣ ଦାସ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details