ଭୁବନେଶ୍ବର: ପୂର୍ବ ଅପେକ୍ଷା ବର୍ତ୍ତମାନ କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି । ବର୍ତ୍ତମାନ ଆମ କର୍ତ୍ତବ୍ୟ ଦଳରେ ଏକତା ସୃଷ୍ଟି କରିବା, ଶୃଙ୍ଖଳିତ କରିବା, ଲୋକଙ୍କ ପାଖକୁ ଯିବା । ଏହା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ନରସିଂହ କହିଛନ୍ତି ପୂର୍ବ ଅପେକ୍ଷା ଏବେ କଂଗ୍ରେସର ସ୍ଥିତି ଦୁର୍ବଳ । ସାଧାରଣ ଲୋକଙ୍କ ପାଖରେ ଆସ୍ଥାଭାଜନ ହେବା ପାଇଁ ବର୍ତ୍ତମାନ ଆମ କର୍ତ୍ତବ୍ୟ ଦଳରେ ଏକତା ସୃଷ୍ଟି କରିବା, ଶୃଙ୍ଖଳିତ କରିବା । ଏଥିସହ ଲୋକଙ୍କ ପାଖକୁ ଯାଇ ମନରେ ବିଶ୍ବାସ ଜନ୍ମାଇବା । କଂଗ୍ରେସକୁ ସୁଦୃଢ କରିବା । କେନ୍ଦ୍ରୀୟ ସ୍ତରରେ କଂଗ୍ରେସର ପୁନର୍ଗଠନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।