ଓଡିଶା

odisha

ETV Bharat / city

ଐତିହ୍ୟ ସହର ମାନ୍ୟତା ପାଇବ ଏକାମ୍ର କ୍ଷେତ୍ର - ekamra khetra will be historical city

ରାଜଧାନୀ ଭୁବନେଶ୍ବରକୁ ଐତିହ୍ୟ ସହର ମାନ୍ୟତା ଦେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ।

ଏକାମ୍ର କ୍ଷେତ୍ର ମାନ୍ୟତା

By

Published : Nov 1, 2019, 12:09 PM IST

Updated : Nov 1, 2019, 12:14 PM IST

ଭୁବନେଶ୍ବର: ଶ୍ରୀକ୍ଷେତ୍ର ଧାମ ପୁରୀ ଭଳି ଚମକିବ ଏକାମ୍ର କ୍ଷେତ୍ର ଭୁବନେଶ୍ବର। ରାଜ୍ୟ ରାଜଧାନୀକୁ ଐତିହ୍ୟ ସହର ମାନ୍ୟତା ଦେବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଓଡିଶା ସରକାର। ବିଶେଷକରି ପୁରୁଣା ଭୁବନେଶ୍ବରର କିଭଳି ଉନ୍ନତୀକରଣ କରାଯିବା ସେନେଇ ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ।

ଏନେଇ ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ଭିତ୍ତିଭୂମି ବିକାଶ କମିଟି ଗଠନ କରିଛନ୍ତି। ଏଥିପାଇଁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଛି 'ଏକାମ୍ର କ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କମିଟି' ନାମକ ଏକ 10 ଜଣିଆ କମିଟି।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି

ଏହି କମିଟିରେ ଉନ୍ନୟନ କମିଶନର, ଅର୍ଥ ସଚିବ, ନଗର ଉନ୍ନୟନ ସଚିବ, ସଂସ୍କୃତି ସଚିବ, ପର୍ଯ୍ୟଟନ ସଚିବ, ବିଡିଏ ଉପାଧ୍ୟକ୍ଷ, ପୋଲିସ କମିଶନର. କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଓ ପୂର୍ତ୍ତ ସଚିବ ପ୍ରମୁଖ ସଦସ୍ୟ ଅଛନ୍ତି। ଏଥିରେ କେବଳ ପୂର୍ତ୍ତ ସଚିବ ସଂଯୋଜକ ରହିବେ। ଖୁବଶୀଘ୍ର କମିଟିର ବୈଠକ ବସିବାକୁ ଥିବାବେଳେ ଏକାମ୍ର କ୍ଷେତ୍ରରେ କିପରି ବିଭିନ୍ନ ଉନ୍ନତି ହେବ ସେ ନେଇ ସମୀକ୍ଷା କରାଯିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 1, 2019, 12:14 PM IST

ABOUT THE AUTHOR

...view details