ଭୁବନେଶ୍ବର:ନଭେମ୍ବର ମାସ ପାଇଁ ରାଜ୍ୟର କୋଭିଡ ଗାଇଡଲାଇନ ଜାରି କଲେ SRC। ନଭେମ୍ବର ୧ ରୁ ଡିସେମ୍ବର ୧ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡଲାଇନ। ମାସେ ଧରି ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ। ପ୍ରତିଦିନ ରାତି ୧୦ରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ନାଇଟ କର୍ଫ୍ୟୁ।
ଆସିଲା ନଭେମ୍ବର ଗାଇଡଲାଇନ, ୧ ଡିସେମ୍ବର ଯାଏଁ ବଳବତ୍ତର - ନଭେମ୍ବର କୋଭିଡ ଗାଇଡଲାଇନ
ଆସିଲା ନଭେମ୍ବର ମାସର କୋଭିଡ ଗାଇଡଲାଇନ। ନଭେମ୍ବର ମାସ ପାଇଁ ରାଜ୍ୟର କୋଭିଡ ଗାଇଡଲାଇନ ଜାରି କଲେ SRC। ନଭେମ୍ବର ୧ ରୁ ଡିସେମ୍ବର ୧ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଗାଇଡଲାଇନ। ଅଧିକ ପଢନ୍ତୁ...
ଆସିଲା ନଭେମ୍ବର ମାସର କୋଭିଡ ଗାଇଡଲାଇନ
ନାଇଟ କର୍ଫ୍ୟୁରେ ଅତିରିକ୍ତ କଟକଣା ଲଗାଇ ପାରିବେ ଜିଲ୍ଲାପାଳ ଓ କମିଶନର। ସମଗ୍ର ରାଜ୍ୟରେ ସପ୍ତାହାନ୍ତ ସଟ୍ଡାଉନ କଟକଣା କୋହଳ। ସକାଳ ୫ଟାରୁ ରାତି ୧୦ଟା ଯାଏଁ ଖୋଲିପାରିବ ଦୋକାନ ଓ ମଲ୍। ସେହିଭଳି ରାଜ୍ୟରେ ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ବି ସରକାର ପୂର୍ବରୁ ଜାରି କରିଥିବା ଅଗଷ୍ଟ ୯ ଗାଇଡଲାଇନ୍ର ଅନୁପାଳନ କରାଯିବ। ରାଜ୍ୟରେ ବାଣ ବିକ୍ରି ଓ ବ୍ୟବହାର ନେଇ ଆସିବ ଅଲଗା ଗାଇଡ୍ଲାଇନ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ