ଓଡିଶା

odisha

ETV Bharat / city

ଜିରୋ ରେଜଲ୍ଟ ପାଇଁ 15ଟି କଲେଜକୁ କାରଣ ଦର୍ଶାଅ ନୋଟିସ - notice to 15 colleges with zero result

ରାଜ୍ୟର 15ଟି କଲେଜରେ ଜିରୋ ରେଜଲ୍ଟ ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ ।

plus two science exam
ଜିରୋ ରେଜଲ୍ଟ ପାଇଁ କଲେଜକୁ ନୋଟିସ

By

Published : Aug 13, 2020, 6:06 PM IST

ଭୁବନେଶ୍ବର:ପ୍ରକାଶ ପାଇସାରିଛି ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ତେବେ ରାଜ୍ୟର 15 ଟି କଲେଜରେ ଜିରୋ ରେଜଲ୍ଟ ପାଇଁ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ । ଯେଉଁଥିରେ ଚଳିତବର୍ଷ ଆଡମିଶନ ଅନୁମତି କାହିଁକି ରଦ୍ଦ ନକରାଯିବ, ସେନେଇ କଲେଜ ଗୁଡିକୁ କାରଣ ଦର୍ଶାଅ ନୋଟିସ ମଗାଯାଇଛି ।

ଜିରୋ ରେଜଲ୍ଟ ପାଇଁ କଲେଜକୁ ନୋଟିସ

ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ଶୂନ ଫଳାଫଳ ନେଇ 15ଟି କଲେଜକୁ ଏହି ନୋଟିସ ଦିଆଯାଇଛି । ଏହାସହ ସାତ ଦିନ ମଧ୍ୟରେ ନୋଟିସର ଉତ୍ତର ଦେବାକୁ ବିଭାଗୀୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଶିକ୍ଷାନୁଷ୍ଠାନ ପକ୍ଷରୁ ଯଦି ସନ୍ତୋଷଜନକ ଉତ୍ତର ନମିଳେ, ତାହାଲେ ଉକ୍ତ କଲେଜରେ ଆସନ୍ତା ଅଗଷ୍ଟ 21 ତାରିଖରେ ହେବାକୁ ଥିବା ଆଡମଶନ ପ୍ରକ୍ରିୟା କରାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ଏହାସହ ମାଟ୍ରିକ ପରିକ୍ଷାରେ ଶୂନ ରେଜଲ୍ଟ କରିଥିବା ସ୍କୁଲମାନଙ୍କୁ ମଧ୍ୟ ନୋଟିସ ପଠାଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details